Latest Odisha News

BREAKING NEWS

ଆରମ୍ଭ ହେଲା ମୋଦି ୩.୦, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ: ପୁଣି ତୃତୀୟ ଥର ପାଇଁ ଆରମ୍ଭ ହେଲା ମୋଦି ସରକାରଙ୍କ ଶାସନ | ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଷ୍ଟ୍ରପତି ଭବନରେ ପାଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |

ପ୍ରଥମ ଥର ପାଇଁ ୨୬ ମେ’ ୨୦୧୪ ଶପଥ ନେଇଥିଲେ ନରେନ୍ଦ୍ର ମୋଦି | ୩୦ ମେ’ ୨୦୧୯ରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ଆଜି ଅର୍ଥାତ ୯ ଜୁନ ୨୦୨୪ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଆଜିଠୁ ଆରମ୍ଭ ହେଲା ମୋଦି ୩.୦ |

ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ଏହି ଶପଥ ଗ୍ରହଣ ସମାରୋହ ଉତ୍ସବରେ ଅତିଥି ହୋଇଛନ୍ତି ୭ ପଡ଼ୋଶୀ ଦେଶର ଶୀର୍ଷ ନେତା । ଶପଥ ଗ୍ରହଣରେ ସାମିଲ ହେବାକୁ ବାଂଲାଦେଶ, ଶ୍ରୀଲଙ୍କା, ନେପାଳରୁ ରାଜ୍ୟ ଅତିଥି ଆସିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଦେଶ ତଥା ବିଦେଶର ବହୁ ମାନ୍ୟଗଣ ବ୍ୟକ୍ତି ।ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସମେତ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସିନେ ଷ୍ଟାର ରଜନୀକାନ୍ତ, ଶାହରୁଖ ଖାନ୍‌, ଅକ୍ଷୟ କୁମାର ଇତ୍ୟାଦି ଉପସ୍ଥିତ ରହିଛନ୍ତି |


ଏହାସହିତ ମନ୍ତ୍ରୀମାନଙ୍କୁ ମଧ୍ୟ ଶପଥ ଗ୍ରହଣ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୨ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି | କ୍ୟାବିନେଟ ପାହ୍ୟା ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି; ଅମିତ ଶାହା, ନୀତିନ ଗଡ଼କରୀ, ରାଜନାଥ ସିଂ, ଜେପି ନଡ୍ଡା, ଶିବରାଜ ସିଂ ଚୌହାନ, ନିର୍ମଳ ସୀତାରମଣ, ଏସ ଜୟଶଙ୍କର, ମନୋହର ଲାଲ, ଏଚ ଡି କୁମାରସ୍ବାମୀ , ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାଂଝୀ, ଲଲନ ସିଂ, ସର୍ବାନନ୍ଦ ସୋନୱାଲ, ବୀରେନ୍ଦ୍ର କୁମାର, ରାମମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ, ଗିରିରାଜ ସିଂ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୁପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂ ଶେଖାୱାତ, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ , ହରଦୀପ ସିଂ ପୁରୀ , ମନସୁଖ ମାଣ୍ଡଭିଆ, ଜି କିଶନ ରେଡ୍ଡୀ, ଚିରାଗ ପାଶୱାନ, ସି ଆର ପାଟିଲ, ଇନ୍ଦ୍ରଜିତ ସିଂ , ଜିତେନ୍ଦ୍ର ସିଂ, ଅର୍ଜୁନ ରାମ ମେଘାୱାଲ, ପ୍ରତାପ ରାଓ ଯାଦବ, ଜୟନ୍ତ ଚୌଧୁରୀ, ଜୀତୀନ ପ୍ରସାଦ, ଶ୍ରୀପଦା ୟେଶୋ ନାୟକ, ପଙ୍କଜ ଚୌଧୁରୀ , କୃଷ୍ଣ ପାଲ, ରାମଦାସ ଅଠା ୱାଲେ, ରାମନାଥ ଠାକୁର |

Comments are closed.