Latest Odisha News

ଯୋଗ କଲେ ମୋଦୀ, କହିଲେ ପର୍ଯ୍ୟଟନର ନୂଆ ଧାରା ଆରମ୍ଭ କରିଛି ଯୋଗ

ନୂଆଦିଲ୍ଲୀ; ଆଜି ଯୋଗ କରୁଛି ସାରା ଭାରତ । ସୁସ୍ଥ ମନ ଓ ଶରୀର ପାଇଁ ଆବଶ୍ୟକ ଯୋଗ । ନିରନ୍ତର ଯୋଗ ଅଭ୍ୟାସ ଦ୍ବାରା ନୂତନ ସାଧନା ହାସଲ ହୋଇଥାଏ । ଏଥିପାଇଁ ଏହାର ମୂଲ୍ୟବୋଧକୁ ନେଇ ପ୍ରତିବର୍ଷ ଜୁନ୍ ୨୧ ରେ ଯୋଗ ଦିବସ ପାଳନ ହୋଇଥାଏ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ ହୋଇଛନ୍ତି । ଏହି ଅବସରରେ ଶ୍ରୀନଗରରେ ଆୟୋଜିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ମୁଦ୍ରା କରିବା ସହ ସାରା ଭାରତକୁ ସମ୍ବୋଧିତ କରିଛନ୍ତି ମୋଦି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କର ଏହା ପ୍ରଥମ ଜମ୍ମୁକାଶ୍ମୀର ଗସ୍ତ ।

ସେ କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଏବଂ ଧ୍ୟାନର ଦେଶ କଶ୍ମୀରକୁ ଆସିବାର ସୌଭାଗ୍ୟ ପାଇଛି। ଆମେ ଶ୍ରୀନଗରର ଯୋଗରୁ ପାଇଥିବା ଶକ୍ତି ଅନୁଭବ କରୁଛୁ। ଏବେ ପୂରା ଦୁନିଆରେ ଯୋଗ କରିବା ବ୍ୟକ୍ତଙ୍କ ସଂଖ୍ୟା ନିରନ୍ତର ବଢୁଛନ୍ତି । ଯୋଗ ପ୍ରତି ଆକର୍ଷଣ ମଧ୍ୟ ବଢୁଛି । ଯୋଗର ଉପଯୋଗିତା ବିଷୟରେ ମଧ୍ୟ ଜନସମାଜ ଆତ୍କୃଷ୍ଟ ହେଉଛି । ଆନ୍ତର୍ଜାତୀୟ ସ୍ତରରେ ବି ଯୋଗର ବେଶ୍ ଚର୍ଚ୍ଚା ରହିଛି । ଦୁନିଆରେ ଅନେକଙ୍କ ଦୈନନ୍ଦିନ ଜୀବନରେ ଯୋଗ ଏକ ଅଂଶ ହୋଇଛି ।

୨୦୧୫ରେ ତୁର୍କମେରୀସ୍ଥାନରେ ଯୋଗ କେନ୍ଦ୍ରର ଉଦ୍ଘାଟନ ପରେ ପ୍ରତିବର୍ଷ ଯୋଗ ଦିବସର ନେତୃତ୍ବ ନେଇ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଚଳିତ ବର୍ଷ ଭାରତରେ ଫ୍ରାନ୍ସର ୧୦୧ ବର୍ଷ ବୟସ୍କା ମହିଳା ଯୋଗ ଶିକ୍ଷକଙ୍କୁ ଭାରତରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେ କେବେ ମଧ୍ୟ ଭାରତ ଆସିନାହାଁନ୍ତି, କିନ୍ତୁ ସେ ଯୋଗର ପ୍ରଚାର ପାଇଁ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରିଛନ୍ତି। ଆଜି ସାରା ବିଶ୍ୱରେ ଯୋଗ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯୋଗ ଅନେକ ବିଶ୍ବ ବିଦ୍ୟାଳୟରେ ଏକ ବିଷୟମସ୍ତୁ ଭାବରେ ପଢାଯାଉଛି । ଏହା ଉପରେ ରିସର୍ଚ୍ଚ ପେପର ପ୍ରସ୍ତୁତ ହେଉଛି । ଯୋଗ ପର୍ଯ୍ୟଟନର ଏକ ନୂଆ ଧାରା ଆରମ୍ଭ କରିଛି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ‘ଦଶ ବର୍ଷ ପୂର୍ବେ ମୁଁ ମିଳିତ ଜାତିସଂଘରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲି। ଭାରତର ପ୍ରସ୍ତାବକୁ ୧୭୭ଦେଶ ସମର୍ଥନ କରିଥିଲେ, ଯାହା ଏକ ରେକର୍ଡ ।’

Comments are closed.