Latest Odisha News

BREAKING NEWS

ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢିବାକୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ କଥାବାର୍ତ୍ତା

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲମ୍ବୋଠାରେ ରବିବାର ଦିନ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନାଙ୍କୁ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ୧୦ ଦିନ ମଧ୍ୟରେ ମୋଦୀ ଓ ସିରିସେନାଙ୍କ ୨ୟ ସାକ୍ଷାତ । ଏହି ସାକ୍ଷାତ ସମୟରେ ଉଭୟ ରାଷ୍ଟ୍ର ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢିବାକୁ ଆଲୋଚନା ହୋଇଥିବାର ପିଟିଆଇ ସୂତ୍ରରୁ ପ୍ରକାଶ ।

ଏପ୍ରିଲ ମାସରେ ଆତଙ୍କବାଦୀଙ୍କ ଦ୍ୱାରା କଲମ୍ବୋରେ ଘଟିତ ନରସଂହାର ପରେ ପ୍ରଥମ ବିଦେଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ଏହି ବର୍ବୋରଚିତ ନରସଂହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିବା ସହିତ ଶ୍ରୀଲଙ୍କା ସହିତ ଆତଙ୍କବାଦ ବିରୋଧରେ ଲଢିବା ନେଇ ଭାରତର ଆଶ୍ୱାସନା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିପାରିବ ।

ଶ୍ରୀଲଙ୍କା ଗସ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଜଣାଇଛନ୍ତି ।

ଭାରତୀୟ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ସୂଚନାଦେଇ କହିଛନ୍ତି, ଏହି ଦୁଇ ନେତା ଉଭୟ ରାଷ୍ଟ୍ରର ସ୍ୱାର୍ଥ ଲାଗି ଆପୋଷ ଆଲୋଚନା କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଏହି ଅବସରରେ ଏକ ପାରମ୍ପରିକ ଉପଢୌକନ ପ୍ରଦାନ କରି ମୋଦୀଙ୍କୁ ସମ୍ମାନିତ କରିଛନ୍ତି ।

ସିରିସେନାଙ୍କ ପରି ପଡ଼ୋଶୀ ରାଷ୍ଟ୍ରମୁଖ୍ୟ ବନ୍ଧୁ ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ର୍ୀ ମୋଦୀଙ୍କୁ ଭଗବାନ ବୁଦ୍ଧଙ୍କର ଏକ ମୂର୍ତ୍ତି ଉପହାର କରିଛନ୍ତି ।

ଦୁଇ ରାଷ୍ଟ୍ରନେତାଙ୍କ ସାକ୍ଷାତ ପରେ ମୋଦୀ ସୂଚନାଦେଇ କହିଛନ୍ତି ଯେ, “ଆତଙ୍କବାଦୀଙ୍କ କାପୁରୁଷୋଚିତ କାର୍ଯ୍ୟକଳାପ ଶ୍ରୀଲଙ୍କାର ଉତ୍ସାହକୁ କେବେବି ଭାଙ୍ଗିପାରିବ ନାହିଁ ।”

Leave A Reply

Your email address will not be published.