Latest Odisha News

BREAKING NEWS

୨୦୨୧ରେ ପ୍ରଥମ ମନ୍ କି ବାତ୍: କୃଷକ ଆନ୍ଦୋଳନ ଭିତରେ ମୋଦି କହିବେ ମନର କଥା

ନୂଆଦିଲ୍ଲୀ: ଆଜି ମନର କଥା କହିବେ ମୋଦି । ମନ୍ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ୨୦୨୧ର ପ୍ରଥମ ମନ୍ କି ବାତ୍ । ଗୋଟିଏ ପଟେ କୃଷକଙ୍କ ଆନ୍ଦୋଳନ ଅନ୍ୟପଟେ ବଜେଟ୍ ଅଧିବେଶନ । ଏଭଳି ସମୟରେ ମନ୍ ବି ବାତରେ ପ୍ରଧାନମନ୍ତ୍ରୀ କଣ କହିବେ ତାଉପରେ ସମସ୍ତଙ୍କ ନଜର ରହିଛି ।

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ଓ ଦୁଇ ମାସ ଧରି କୃଷକ ଚଳାଇଥିବା ଆନ୍ଦୋଳନକୁ ନେଇ ମାହୋଲ ଗରମ ଥିବା ବେଳେ ମୋଦି କହିବେ ମନର କଥା । କୁହାଯାଉଛି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କହି ପାରନ୍ତି ପ୍ରଧାନମନ୍ତ୍ରୀ । ସକାଳ ୧୧ଟାରେ ମନ୍ କି ବାତ୍ କାର୍ୟ୍ୟକ୍ରମ ରହିଛି । ଏହା ହେଉଛି ପ୍ରଧାନମନ୍ତ୍ରୀ ମନ୍ କି ବାତର ୭୩ତମ ଏପିସୋଡ୍ ।

Leave A Reply

Your email address will not be published.