Latest Odisha News

BREAKING NEWS

୧୫୭ଟି ପ୍ରାଚୀନ କଳାକୃତି ନେଇ ଆମେରିକାରୁ ସ୍ବଦେଶ ଫେରିଲେ ମୋଦୀ

ନୂଆଦିଲ୍ଲୀ: ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ସ୍ବଦେଶ ଫେରୁଛନ୍ତି ମୋଦୀ। ତେବେ ସେ ଭାରତ ଆସିବା ବେଳେ ସାଙ୍ଗରେ ଆମେରିକା ଦ୍ବାରା ଉପହାର ଦିଆଯାଇଥିବା ୧୫୭ଟି ହଜାର ବର୍ଷ ପୁରୁଣା ପ୍ରାଚୀନ କଳାକୃତି ନେଇ ଆସୁଛନ୍ତି। ଆମେରିକାର ଏହି ଉପହାର ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର କୃତଜ୍ଞତା ଜଣାଇଛନ୍ତି।

୧୫୭ କଳାକୃତିର ତାଲିକାରେ ୧୦ମ ଶତାବ୍ଦୀର ଗୋଟିଏ ୧.୫ ମିଟର୍‌ ବିଶିଷ୍ଟ ବାଲିଆ ବା କନ୍ଦା ପଥର ପଟରେ ଖୋଦିତ କଳାକୃତି, ଦ୍ୱାଦଶ ଶତାବ୍ଦୀର ୮.୫ ସେଣ୍ଟିମିଟର୍‌ ଉଚ୍ଚତାବିଶିଷ୍ଟ କାଂସ୍ୟ ନିର୍ମିତ ଚମତ୍କାର ନଟରାଜ ମୂର୍ତ୍ତି ରହିଛି। ଏହାବ୍ୟତୀତ ଖ୍ରୀଷ୍ଟପୂର୍ବ ୨୦୦୦ର ମାନବୀୟ ବୈଶିଷ୍ଟ୍ୟ ଥିବା ତମ୍ବାର ପ୍ରାଚୀନ ସାମଗ୍ରୀ ଏବଂ ୨ୟ ଶତାବ୍ଦୀରେ ନିର୍ମିତ ପୋଡ଼ାମାଟିର ଫୁଲଦାନି ମଧ୍ୟ ଏଥିରେ ରହିଛି।

୧୫୭ଟି ପ୍ରାଚୀନ ସାମଗ୍ରୀରୁ ୭୧ଟି ସାଂସ୍କୃତିକ, ୬୦ଟି ହିନ୍ଦୁ, ୧୬ଟି ବୌଦ୍ଧ ଏବଂ ୯ଟି ଜୈନ ଧର୍ମ ଆଧାରିତ କଳାକୃତି ରହିଛି।

Leave A Reply

Your email address will not be published.