Latest Odisha News

BREAKING NEWS

କରୋନା ମୁକାବିଲା: ୧୬ ଓ ୧୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ । କୋଭିଡ ମୁକାବିଲା, ଅନଲକ୍ ପରିସ୍ଥିତି ନେଇ ଆଲୋଚନା ହେବ ବୋଲି ଜଣାପଡିଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ ।

BjdElectrycity

ଏହି କ୍ରମରେ ପ୍ରଧାନମନ୍ତ୍ରୀ ୧୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ । ଅପରାହ୍ନ ତିନିଟାରେ ଏହି ଆଲୋଚନା ହେବ ବୋଲି ଜଣାପଡିଛି ।

୧୬ ତାରିଖରେ ମୋଦି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ । ୧୭ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ ।

Leave A Reply

Your email address will not be published.