ଦିଲ୍ଲୀ: ଦେଶର ଟିକାକରଣ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିବେ। ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ହେବ। କମ୍ କୋଭିଡ଼-୧୯ ଟିକାକରଣ ପରିମାଣ ଥିବା ଜିଲ୍ଲାମାନଙ୍କ ସହ ଭର୍ଚୁଆଲ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ଦିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟାନ୍ୟ ରାଜ୍ୟର ୪୦ରୁ ଅଧିକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଆଲୋଚନା କରିବେ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁଯାୟୀ, ଭାରତରେ କରୋନା ଟିକାକରଣ କଭରେଜ ୧୦୬.୮୫କୋଟି ଅତିକ୍ରମ କରିସାରିଛି।
Comments are closed.