Latest Odisha News

ସମୁଦ୍ର ଭିତରେ ୨୨ କିଲୋମିଟରର ଅଟଳ ସେତୁ, ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରରେ ସାଢ଼େ ୩୦ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରରେ ଦେଶର ଦୀର୍ଘତମ ସମୁଦ୍ର ସେତୁକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାୟ ୧୭,୮୪୩ କୋଟି ଟଙ୍କା ବ୍ୟୟରେ ଅଟଳ ବିହାରୀ ବାଜପେୟୀ ଅଟଳ ସେତୁ ନିର୍ମାଣ କରାଯାଇଛି। ଏହା ହେଉଛି ଭାରତର ସବୁଠାରୁ ଲମ୍ବା ସମୁଦ୍ର ସେତୁ।

ଏହି ୨୨ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ଡିସେମ୍ବର ମାସରେ ଏହି ସେତୁର ଶିଳାନ୍ୟାସ କରିଥିଲେ।

୨୨ କି.ମି ଦୂରତାକୁ ଅତିକ୍ରମ କରିବା ପାଇଁ ୨ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର କେଇଟା ମିନିଟରେ ପହଞ୍ଚି ପାରିବେ ସାଧାରଣ ଲୋକେ । ଏହି ବ୍ରିଜ ଦୁଇଟି ସହର ଭିତରେ କେବଳ ଦୂରତା ନୁହେଁ, ସମ୍ପର୍କର ଏକ ନୂଆ ସେତୁ ହୋଇପାରିବ ବୋଲି ଆଶା କରାଯାଉଛି ।

ପ୍ରତିଦିନ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହା ଦ୍ୱାରା ମାତ୍ର କିଛି ମିନିଟରେ ଏବେ ପହଞ୍ଚି ହେବ। ସେତୁ ନିର୍ମାଣରେ ମୋଟ ୧୭ ହଜାର ୮୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ନାମରେ ‘ଅଟଳ ସେତୁ’କୁ ନାମିତ କରାଯାଇଛି । ଏହା ଉପରେ କାର୍, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍ ଓ ଟୁ-ଏକ୍ସଲ୍ ବସ୍ ଭଳି ଗାଡ଼ିର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ ।

 

 

 

 

Comments are closed.