Latest Odisha News

BREAKING NEWS

ବାରଣାସୀ ଗସ୍ତରେ ଯିବେ ମୋଦୀ, ଚାଷୀଙ୍କୁ ଦେବେ ବଡ ଉପହାର

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଜୁନ ୧୮ ତାରିଖରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଚାଷୀ ମାନଙ୍କ ସହ ବାର୍ତ୍ତଳାପ କରିବା ସହ ସେଠାକାର ଚାଷ ଜମି ବୁଲି ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହିତ ୩୦୦ କୃଷକଙ୍କୁ ଆବାସର ଉପହାର ମଧ୍ୟ ଦେବେ ମୋଦୀ ।

ଇଟାଲୀରୁ ଫେରିବା ପରେ ଆସନ୍ତା ଜୁନ୍ ୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ସହ ବାର୍ତ୍ତଳାପ କରିବା ସହ ଚାଷୀ ମାନଙ୍କ ପାଇଁ  ବଡ ଭେଟି ଯୋଗାଇଦେବେ ମୋଦୀ । ୩୦୦ ଜଣ ଚାଷୀଙ୍କୁ ଗୃହ ଯୋଗାଇଦେବା ସହ କୃଷକ ସମ୍ମାନ ନିଧି ରାଶି ମଧ୍ୟ ରିଲିଜ କରିବେ ମୋଦୀ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଜେପିର ସୂଚନା ଅନୁସାରେ, ବାରଣାସୀ ଗସ୍ତରେ ଯାଇ ସେଠାରେ ୨୧ ଜଣ ଚାଷୀଙ୍କୁ ଭେଟିବା ସହ ସେମାନଙ୍କ ସହ ବର୍ତ୍ତାଳାପ କରିବେ ଏବଂ ସେମନାଙ୍କ ଚାଷ ଜମି ବୁଲି ଦେଖିବେ ମୋଦୀ ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ​​ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ବାରାଣାସୀ ଗସ୍ତରେ ଯିବେ । ୨୦୨୪ ଲୋକସଭା ନିର୍ବାଚନରେ ​​ବାରଣାସୀରୁ ଇଣ୍ଡିଆ ମେଣ୍ଟ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ହରାଇଥିଲେ ମୋଦୀ ।

Leave A Reply

Your email address will not be published.