Latest Odisha News

BREAKING NEWS

ବିଶ୍ବର ସବୁଠୁ ଉଚ୍ଚ ରାମ ମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆ ଜିଲ୍ଲାର ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠରେ ଶୁକ୍ରବାର ଦିନ  ଭଗବାନ ରାମଙ୍କ ଏକ ୭୭ ଫୁଟ ଉଚ୍ଚ ବିଶିଷ୍ଟ  ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ମଠର ୫୫୦ତମ ବାର୍ଷିକୀ, “ସାର୍ଦ୍ଧ ପଞ୍ଚଶତମନୋତ୍ସବ” ପାଳନ କରିବା ପାଇଁ ମଠ ପରିଦର୍ଶନ କରିଥିଲେ ଓ ରାମାୟଣ  ଥିମ୍ ବିଶିଷ୍ଟ  ପାର୍କ ଗାର୍ଡେନର ଉଦଘାଟନ ମଧ୍ୟ  କରିଥିଲେ। ଏଥିସହିତ ଏକ ସ୍ୱତନ୍ତ୍ର ଡାକଟିକଟ ଓ ସ୍ମାରକୀ ମୁଦ୍ରା ଉନ୍ମୋଚନ କରି ସେହି ସମାବେଶକୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ବିକଶିତ ଭାରତର ପାଇଁ ଲୋକଙ୍କ ମଧ୍ୟରେ ଏକତା ରହିବା ଜରୁରୀ। ଦେଶରେ ଏକ ସାଂସ୍କୃତିକ ପୁନର୍ଜାଗରଣ ଘଟୁଛି ଏବଂ ଅଯୋଧ୍ୟା ରାମ ମନ୍ଦିର, କାଶୀ ବିଶ୍ୱନାଥ ଧାମ ଏବଂ ଉଜ୍ଜୟିନୀ ମହାକାଳ ମହାଲୋକ ଏହାର ଉଦାହରଣ । ସେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠର ପ୍ରଶଂସା କରି ସେ କହିଥିଲେ ଯେ ଏହା ଅନେକ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ ମଧ୍ୟ ସମାଜକୁ ମାର୍ଗଦର୍ଶନ କରିଆସୁଛି।

ପରିବର୍ତ୍ତନଶୀଳ ସମୟରେ ରହି ମଧ୍ୟ ଏହି ମଠ ତାର ଦିଗ ହରାଇ ନାହିଁ ବରଂ ଲୋକଙ୍କୁ ଦିଗଦର୍ଶନ କରାଇବା ସହ ସମୟ ସହିତ ଏହା ନିଜକୁ ବିକଶିତ କରି ଆସିଛି ବୋଲି ମୋଦି କହିଥିଲେ।  ଏହି ମଠ ଭବିଷ୍ୟତ ପିଢ଼ିକୁ ଉର୍ଜ୍ଜିତ କରି ଚାଲିବ ଓ ଏହାର  ମୂଳ ଲକ୍ଷ୍ୟ ସେବା ମନୋଭାବ ଅଟେ  ଯାହା ଶତାବ୍ଦୀ ଧରି ସମାଜର ପ୍ରତ୍ୟେକ ବର୍ଗକୁ ସମର୍ଥନ କରିଆସିଥିବା ନେଇ ସେ କହିଛନ୍ତି।

 

Comments are closed.