Latest Odisha News

କଟକରୁ କର୍ତ୍ତବ୍ୟପଥ: ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ବୋଷ

ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଇଣ୍ଡିଆ ଗେଟ ନିକଟରେ ଶୋଭା ପାଉଛନ୍ତି ନେତାଜୀ ଶୁଭାଷ ବୋଷ । ସ୍ବାଧୀନତାର 75 ବର୍ଷ ପରେ ନେତାଜୀଙ୍କୁ ଦେଶ ପକ୍ଷରୁ ମିଳିଛି ବଡ଼ ସମ୍ମାନ । କଟକ ଓଡ଼ିଆ ବଜାରରେ ଜନ୍ମ ନେଇଥିବା ନେତାଜୀ ଏବେ ଦିଲ୍ଲୀର ସବୁଠୁ ମହତ୍ତ୍ବପୂଣ୍ଣ୍ଣ ସ୍ତାନ ଇଣ୍ଡିଆ ଗେଟରେ ସ୍ଥାନ ପାଇଛନ୍ତି । ଦିନେ ନେତାଜୀଙ୍କର  ଦିଲ୍ଲୀ ଚଲୋ ଡାକରା କୋଟି କୋଟି ଭାରତୀୟଙ୍କ ହୃଦୟରେ ସିଂହର ବଳ ଭରିଦେଇଥିଲା । ପରେ ଭାରତ ସ୍ବାଧୀନତା ପାଇଥିଲା । ଆଉ ଆଜି ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ଉଚିତ ସମ୍ମାନ ଦେବା ସହ କର୍ତ୍ତବ୍ୟପଥ ଇଣ୍ଡିଆ ଗେଟ ନିକଟରେ ଅନାବରଣ କରିଛନ୍ତି ।

 

 

ନେତାଜୀ ପ୍ରତିମୂର୍ତ୍ତି ଅନାବରଣ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ପ୍ରତି ନେତାଜୀଙ୍କ କର୍ତ୍ତବ୍ୟ,ବଳିଦାନ, ଦେଶପ୍ରେମ ଉପରେ  ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୁରା ବିଶ୍ବ ନେତାଜୀଙ୍କୁ ନେତା ମାନୁଥିଲେ । ତାଙ୍କ ନିକଟରେ ଭିଜନ ଏବଂ ବିଚାର ଥିଲା । ସେ ଜଣେ ମହାମାନବ ଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତୁ ଅତିଶୀଘ୍ର ଆଧୁନିକ ଦେଶ ବନାଇବାକୁ ଚାହୁଁଥିଲେ ବୋଲି କହିଛନ୍ତି ମୋଦି । ସ୍ବାଧୀନତା ପରେ ଏଭଳି ମହାମାନବଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ତାହା ଆଜି ପର୍ଯ୍ୟନ୍ତ ମିଳିନଥିଲା । ଅଖଣ୍ଡ ଭାରତର ପ୍ରଥମ ପ୍ରଧାନ ନେତାଜୀ ଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  । ଯିଏ କି ଆଣ୍ଡାମାନ ନିକୋବରରେ ପ୍ରଥମେ ସ୍ବାଧୀନତାର ପତାକା ଉଡାଇଥିଲେ ।

ଚଳିତ ବର୍ଷ ନେତାଜୀଙ୍କ ଜନ୍ମଦିବସ, ଜାନୁୟାରୀ ୨୩ରେ  ପ୍ରଧାନମନ୍ତ୍ରୀ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ।  ଗ୍ରାନାଇଟରେ ନିର୍ମିତ ଏହି ପ୍ରତିମୂର୍ତ୍ତି ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଯୋଗଦାନ ପାଇଁ ନେତାଜୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଦେଶ ତାଙ୍କ ନିକଟରେ ଋଣୀ ହେବାର ପ୍ରତୀକ ପାଲଟିବ ଏହି ପ୍ରତିମୂର୍ତ୍ତି । ମୁଖ୍ୟ ସ୍ଥପତି  ଆଦିତ୍ୟ ଯୋଗୀରାଜଙ୍କ ଦ୍ୱାରା ମନୋଲିଥିକ ଗ୍ରାନାଇଟ ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ ଓ ଓଜନ ୬୫ ମେଟ୍ରିକ ଟନ ରହିଛି ।

ଶିଳ୍ପୀମାନେ ୨୬,୦୦୦ ଘଣ୍ଟା ପରିଶ୍ରମ କରି ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି । ମୁଖ୍ୟ ଭାସ୍କର ଅର୍ଜୁନ ଯୋଗୀରାଜ କହିଛନ୍ତି, ପାରମ୍ପରିକ ପଦ୍ଧତି ଏବଂ ଆଧୁନିକ ଉପକରଣଦ୍ବାରା ଏହି ପ୍ରତିମୂର୍ତ୍ତିଟିକୁ ସମ୍ପୂର୍ଣ୍ଣରୂପେ ହାତରେ ଖୋଦେଇ କରାଯାଇଛି। ଏହା ହେଉଛି ଭାରତରେ ସବୁଠୁ ଉଚ୍ଚ, ଜୀବନ୍ତ ଦିଶୁଥିବା ଗୋଟିକିଆ ଶିଳାଖଣ୍ଡରେ ଖୋଦିତ ହସ୍ତନିର୍ମିତ ସ୍ଥାପତ୍ୟଗୁଡ଼ିକ ଭିତରୁ ଗୋଟିଏ।

ଏହା ସହ ପ୍ରଧାନମନ୍ତ୍ରୀ  କର୍ତ୍ତବ୍ୟ ପଥକୁ ଉଦ୍‌ଘାଟନ କରିଛନ୍ତି ।  ନୂଆ ଭାରତର ଅମୃତ କାଳରେ  ଔପନିବେଶିକ ମାନସିକତାର ଚିହ୍ନ ହଟାଇ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

Comments are closed.