Latest Odisha News

BREAKING NEWS

ରାଜସ୍ଥାନରେ ‘ଷ୍ଟାଚ୍ୟୁ ଅଫ୍ ପିସ୍‌’ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ଜୈନଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ ୧୫୧ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ଥାନର ପାଲି ଜିଲ୍ଲାରେ ‘ଷ୍ଟାଚ୍ୟୁ ଅଫ୍ ପିସ୍‌’ ଉନ୍ମୋଚନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମୋର ସୌଭାଗ୍ୟ ଯେ ଦେଶ ମୋତେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶ୍ୱର ସର୍ବୋଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉନ୍ମୋଚନ କରିବାର ସୁଯୋଗ ଦେଇଛି ଏବଂ ଆଜି ବି ଜୈନଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭଙ୍କ ‘ଷ୍ଟାଚ୍ୟୁ ଅଫ୍ ପିସ୍‌’ ଉନ୍ମୋଚନ କରିବାର ସୁଯୋଗ ମୋତେ ମିଳିଛି। ମୋର ବିଶ୍ୱାସ ଯେ ‘ଷ୍ଟାଚ୍ୟୁ ଅଫ୍ ପିସ୍‌’ ବିଶ୍ୱରେ ଶାନ୍ତି, ଅହିଂସା ଏବଂ ସେବାର ପ୍ରେରଣା ଉତ୍ସ ହେବ।

Leave A Reply

Your email address will not be published.