Latest Odisha News

BREAKING NEWS

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି , ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା । ମୁଁ ଆପଣଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ,  ରାହୁଲ ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ନେତା ମନମୋହନ ସିଂଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଖଡଗେ  ଲେଖିଛନ୍ତି, ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଜୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ରାଜନୀତିରେ ସରଳତା, ସମ୍ମାନ ଏବଂ ସୌଜନ୍ୟତାର  ସେ ଏକ ବିରଳ ଉଦାହରଣ  । ଆମେ ଦେଶ ପାଇଁ ତାଙ୍କର ଅବଦାନ ପାଇଁ ସର୍ବଦା କୃତଜ୍ଞ  ।  ମୁଁ ତାଙ୍କ  ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ଦୀର୍ଘ ଜୀବନ କାମନା କରୁଛି  ।

ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଅଖଣ୍ଡତା ଏବଂ ରାଷ୍ଟ୍ର ଗଠନ ତଥା ଲୋକଙ୍କ ଆର୍ଥିକ ଉନ୍ନତି ପ୍ରତି ଅଦମ୍ୟ ପ୍ରତିବଦ୍ଧତା ମୋ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ। ମୁଁ ତାଙ୍କ ଜନ୍ମଦିନରେ ତାଙ୍କର ସ୍ୱାସ୍ଥ୍ୟ ଏବଂ ସୁଖ କାମନା କରୁଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଅବଦାନକୁ ମନେ ପକାଇଛନ୍ତି। ସୋସିଆଲ ମିଡିଆ ରେ ରମେଶ ଲେଖିଛନ୍ତି ଡକ୍ଟର ମନମୋହନ ସିଂ ସର୍ବଦା ଛାତ୍ରବୃତ୍ତିର ଏକ ଉତ୍କୃଷ୍ଟ ଉଦାହରଣ ଅଟନ୍ତି । ସେ ଯେ କୌଣସି ପଦବୀରେ ରହିଲେ, ସେ ସର୍ବଦା ସଂଯମତା, ନମ୍ରତା ଏବଂ ସମ୍ମାନର ଏକ ଉଦାହରଣ ଅଟନ୍ତି  । ଏହି ଗୁଣଗୁଡିକ ଆମ ସାଧାରଣ ଜୀବନରେ ଅତ୍ୟନ୍ତ ବିରଳ  ।

ତେବେ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବର ଚକଓ୍ଵାଲ ଜିଲ୍ଲାରେ ହୋଇଥିଲା । ଏହି ଜିଲ୍ଲା ଏବେ ପାକିସ୍ତାନରେ ରହିଛି । ୨୦୦୪ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଥିଲେ । ୧୯୯୧ ରୁ ୯୬ ପର୍ଯ୍ୟନ୍ତ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନେତୃତ୍ୱରେ ସରକାରରେ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜଣେ ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଭାବେ ସେ ବେଶ ଜଣାଶୁଣା ।

 

Leave A Reply

Your email address will not be published.