ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ: ମଧ୍ୟପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
ଚିତାବାଘଙ୍କୁ ଛାଡିବେ କୁନୋ ଅଭୟାରଣ୍ୟରେ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି । ଏହା ସହ ଜନ୍ମଦିନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ନାମ୍ବିଆରୁ ଅଣାଯାଇଥିବା ଚିତାବାଘଙ୍କୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବା କାର୍ଯ୍ୟକ୍ରମରେ ଯୋଗଦେବେ । ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ ।
Puri, Odisha | Sand artist Sudarsan Pattnaik
made a sand sculpture wishing PM Modi on his birthday pic.twitter.com/yryzCct3JZ— ANI (@ANI) September 16, 2022
PM Modi turns 72, packed schedule with back-to-back events
Read @ANI Story | https://t.co/kKWi7RpnKU #PMModi #PMModiBirthday #Modi pic.twitter.com/StoQ3I1ZKX
— ANI Digital (@ani_digital) September 17, 2022
କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ଚିତାବାଘ ଛଡାଯିବ । ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏହା ହେଉଛି ଏକ ବଡ଼ ଉଦ୍ୟମ । ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ନାମ୍ବିଆରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି ।
ଏସଏଚଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ
ସେଓପୁର, କରହଲଠାରେ ଆୟୋଜିତ ହେଉଥିବା ଏସଏଚଜି ସମ୍ମେଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବ । ଏଥିରେ ସହସ୍ରାଧିକ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଗୋଷ୍ଠୀ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି । ଏହି ସମ୍ମେଳନୀରେ ଦୀନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଏସଏଚଜି ସଦସ୍ୟ ଯୋଗଦାନ କରିବେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ କୌଶଳ କେନ୍ଦ୍ର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଉଦଘାଟନ କରିବେ ।
Comments are closed.