Latest Odisha News

BREAKING NEWS

ଆଜି ରାତି ୯ଟାରେ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ରାତି ୯ଟାରେ ମାତ୍ର ୯ମି. ଲାଗି ସମସ୍ତେ ନିଜ ଘରର ବିଜୁଳି ବତୀ ବନ୍ଦ କରିବା ସହ ଘର ବାହାରେ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଜନସାଧାରଣ କେବଳ ଘରର ଲାଇଟ୍ ତଥା ବିଜୁଳି ବତୀ ବନ୍ଦ କରିବେ । ଗୃହର ଟିଭି, ଫ୍ରିଜ କିମ୍ବା କୌଣସି ଇଲେଟ୍ରୋନିକ୍ସ ସାମଗ୍ରୀ ବନ୍ଦ କରିବା ଆବଶ୍ୟକ ନାହିଁ ।

ଏହି ସମୟରେ ସମସ୍ତ ଦେଶବାସୀ ଘର ବାହାରେ ଛିଡା ହୋଇ ମାତ୍ର ୯ମିନିଟ୍ ଲାଗି ଦୀପ, ମହମବତୀ ଜାଳନ୍ତୁ କିମ୍ବା ଟର୍ଚ୍ଚ ଲାଇଟ ଓ ମୋବାଇଲର ଫ୍ଲାସ ଲାଇଟ୍ ଅନ୍ କରନ୍ତୁ । ଯାହା କରୋନା ବିରୋଧରେ ଦେଶବାସୀ ଏକଜୁଟ୍ ରହିଥିବାର ସୂଚନା ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି ।

ଏହାବ୍ୟତିତ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ବି ପ୍ତି ଅନୁସାରେ ଏହି ଅବସରରେ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଅନ୍ ରହିବ । ଯଦିଓ ଏକସଙ୍ଗେ ସବୁଠି ଲାଇଟ୍ ବନ୍ଦ କରାଯିବ ଏବଂ ଅନ୍ ମଧ୍ୟ କରାଯିବ, ତାହେଲେ ହଠାତ୍ ବିଦ୍ୟୁତ ଲୋଡ୍ ବଢିବା କିମ୍ବା କମିବାର କ୍ଷଥେଷ୍ଟ ସମ୍ଭାବନା ରହିଛି ।

ସେଥିପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ମେନ୍ ସୁଇଚ୍ ବନ୍ଦ ନକରି କେବଳ ଘରର ଲାଇଟ୍ ବନ୍ଦ କରିବା ପାଇଁ କୁହାଯାଇଛି । ନଚେତ ଜନସାଧାରଣ ଏକସଙ୍ଗେ ବିଦ୍ୟୁତ୍ ବତୀ ବନ୍ଦ ନକରି ସେହି ସମୟ ପୂର୍ବରୁ କିମ୍ବା ପରେ ସୁଇଚ୍ ଅନ୍‌-ଅଫ୍ କରନ୍ତୁ ।

Comments are closed.