ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଜରିଆରେ ନିଜ ମତ ରଖିବେ । ଏହି ୬୪ ତମ ଅଧ୍ୟାୟରେ ସେ ଦେଶବ୍ୟାପୀ କରୋନା ସଂକ୍ରମଣ ଭୟରେ ଚାଲିଥିବା ଲକ୍ଡାଉନ ପ୍ରସଙ୍ଗରେ ନିଜ ମତ ରଖିବେ ।
ମନ କୀ ବାତ୍ ନେଇ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ବିଭିନ୍ନ ସ୍ଥାନରୁ ଲକ୍ଡାଉନକୁ ନେଇ ବହୁ ପରାମର୍ଶ ଆସିଛି । ତେଣୁ ଏହା ଉପରେ ମୋଦି ଆଲୋଚନା କରିବେ ବୋଲି ଜଣାପଡିଛି ।
ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୪ ତାରିଖରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ ଦିନିଆ ଲକ୍ ଡାଉନ ଘୋଷଣା କରିଥିଲେ । ପରେ ଏହାର ଅବଧିକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିଲା ।
Comments are closed.