Latest Odisha News

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦ କୋଟି ଛୁଇଁଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦୦ ମିଲୟନ ବା ୧୦ କୋଟି ଛୁଇଁଛି। ବିଶ୍ୱରେ ସାମ୍ବିଧାନିକ ପଦରେ ଥିବା କୌଣସି ନେତାଙ୍କୁ ‘ଏକ୍ସ’ରେ ଏତେ ସଂଖ୍ୟକ ଲୋକ ଅନୁସରଣ କରିବା ପ୍ରଥମ ଘଟଣା। ଖାସ କଥା ହେଉଛି, ଗତ ତିନିବର୍ଷ ମଧ୍ୟରେ ମୋଦୀଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ପ୍ରାୟ ୩୦ ନିୟୁତ ଫଲୋୟର୍ସ ବୃଦ୍ଧି ହୋଇଥିଲା।

ଏନେଇ ମୋଦୀ କହିଛନ୍ତି, ଏହି ମାଧ୍ୟମରେ ଆଲୋଚନା, ବିତର୍କ, ଆନ୍ତରିକତା, ଲୋକମାନଙ୍କର ଆଶୀର୍ବାଦ, ଗଠନମୂଳକ ସମାଲୋଚନା ଏବଂ ଅନେକ କିଛି ଜାଣି ହୋଇଛି।

ତେବେ ମୋଦି ୨ ନଂରେ ରହିଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (୧୩୧ ନିୟୁତ ଫଲୋୟର୍ସ) ୧ନଂରେ ରହିଛନ୍ତି।

ମୋଦିଙ୍କ ପଛକୁ ଜୋ ବାଇଡେନ(୩୮.୧ ନିୟୁତ ଫଲୋୟର୍ସ), ପୋପ ଫ୍ରାନ୍ସିସ (୧୮.୫ ନିୟୁତ ଫଲୋୟର୍ସ), ଦୁବାଇ ଶାସକ ଶେଖ ମହମ୍ମଦ(୧୧.୨ ନିୟୁତ ଫଲୋୟର୍ସ), ଜର୍ଜିଆ ମେଲୋନିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨.୪ ମିଲିୟନ ରହିଛି।

Comments are closed.