Latest Odisha News

BREAKING NEWS

‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ମୋର ଅଭିନନ୍ଦନ । ଏକ ଭାରତୀୟ ପ୍ରକ୍ଷେପଣ ଯାନ ଦ୍ୱାରା ପ୍ରଥମଥର ଲାଗି ଏକ ଓଜନଦାର ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିବାର ଦୁଇ ଦୁଇଟି ସଫଳତା ନୂଆ ରେକର୍ଡ ସୃଷ୍ଟି କରିଛି” ।

ଆହୁରି ମଧ୍ୟ “ଏହି ଉପଗ୍ରହ ଦେଶର କୋଣ ଅନୁକୋଣକୁ ଯୋଗାଯୋଗ ଏବଂ ଇଣ୍ଟରନେଟ ସେବା ଯୋଗାଇ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.