Latest Odisha News

BREAKING NEWS

‘ମନ୍ କି ବାତ୍’ରେ ସମ୍ବଲପୁରର ଇଷାକ ମୁଣ୍ଡାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଜିଲ୍ଲାର ମଫସଲ ଗାଁର ଇଷାକ ମୁଣ୍ଡାକୁ ତାରିଫ କରିଛନ୍ତି । ଦିନ ମଜୁରିଆ ଶ୍ରମିକ ଭାବରେ କାମ କରନ୍ତି ଇଷାକ । କିନ୍ତୁ ସେ କିଭଳି ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇଛନ୍ତି ସେକଥା ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦିନ ମଜୁରିଆ ଭାବେ କାମ କରୁଥିବା ସମ୍ୱଲପୁର ଜିଲ୍ଲାର ଇଷାକ ମୁଣ୍ଡା ଆଜି ଇଣ୍ଟରନେଟ୍ ସେନସେସନ୍ ପାଲଟିଛନ୍ତି । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରୁ ଭଲ ରୋଜଗାର କରି ପାରିଛନ୍ତି । ଭିଡିଓରେ ସେ ସ୍ଥାନୀୟ ଖାଦ୍ୟ, ପାରମ୍ପରିକ ଖାଦ୍ୟ, ତାଙ୍କ ଗାଁ, ସେମାନଙ୍କର ଜୀବନଶେଳୀ ଆଦିକୁ ଦେଖାଉଛନ୍ତି । ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି ।

ସୌଜନ୍ୟ: ଡିଡି ନ୍ୟୁଜ୍

ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁଟ୍ୟୁବର ଭାବରେ ଗତବର୍ଷ ମାର୍ଚ୍ଚ ମାସରେ ଉଷାକ ମୁଣ୍ଡାଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ୟୁଟ୍ୟୁବରେ ବିଶେଷ କରି ଓଡ଼ିଶାର ପଖାଳ ନେଇ ଭିଡିଓ କରିଥିଲେ । ଯାହା ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନଠାରୁ ଅଲଗା ଅନୁଭବ ହୋଇଥିଲା । ସହରରେ ରହୁଥିବା ଲୋକଙ୍କୁ ଗ୍ରାମୀଣ ଜୀବନ ବିଷୟରେ ଜଣାଉଥିବାରୁ ଆଜି ମନ୍ କି ବାତରେ ଇଷାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗତବର୍ଷ କରୋନା ଯୋଗୁ ଲକଡାଉନ୍ ପରେ କାମଧନ୍ଦା ମିଳୁ ନଥିଲା । ଏହାପରେ ୟୁଟ୍ୟୁବରେ ଭିଡିଓ କରି ପୋଷ୍ଟ କରିବା ଆରମ୍ଭ କରିଥିଲେ ଇଷାକ ମୁଣ୍ଡା । ତାଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଦର୍ଶକଙ୍କୁ ଆସିଥିଲା ପସନ୍ଦ । ଏହାଦ୍ୱାରା ଇଷାକ ୟୁଟ୍ୟୁବରୁ ଭଲ ଦୁଇ ପଇସା ରୋଜଗାର ବି କରି ପାରୁଛନ୍ତି ।

ସୌଜନ୍ୟ: ଡିଡି ନ୍ୟୁଜ୍
Leave A Reply

Your email address will not be published.