Latest Odisha News

BREAKING NEWS

ଭାଇରାଲ୍ ହେଉଛି ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନଙ୍କ ନାଟୁ ନାଟୁ ଗୀତରେ ନୃତ୍ୟ ଭିଡିଓ

ନୂଆଦିଲ୍ଲୀ: ସୁପରହିଟ୍ ଫିଲ୍ମ ‘ଆରଆରଆର’ର ନାଟୁ-ନାଟୁ ଗୀତ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଏହି ଗୀତକୁ ଓସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଛି ।  ଏହି ସମୟରେ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦକ୍ଷିଣ କୋରିଆ ଦୂତାବାସର କର୍ମଚାରୀମାନେ ଏହି ଗୀତର ତାଳେ ତାଳେ ନାଚୁଥିବାର ନଜର ଆସିଛନ୍ତି। ବିଶେଷ କଥା ହେଉଛି ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ଭିଡିଓ ସେୟାର ମଧ୍ୟ କରିଛନ୍ତି। ‘ସେମାନଙ୍କର ସମ୍ମିଳିତ ଉଦ୍ୟମକୁ ପ୍ରଶଂସା କରି ଟୁଇଟ୍‌ର୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଭାବୋଚ୍ଛଳ ଓ ମନୋମୁଗ୍ଧକର ସମ୍ମିଳିତ ଉଦ୍ୟମ।

ଭାଇରାଲ୍‌ ହୋଇଥିବା ଏହି ଭିଡିଓ ଭାରତସ୍ଥିତ କୋରୀୟ ଦୂତାବାସର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲ୍‌ଦ୍ବାରା ସେୟାର୍‌ କରାଯାଇଛି। ୫୩ ସେକେଣ୍ଡ୍‌ର ଏହି କ୍ଲିପ୍‌ରେ ଦକ୍ଷିଣ କୋରିଆର ଦୂତାବାସ କର୍ମଚାରୀମାନେ ନୃତ୍ୟ କରୁଥିବା ଦେଖାଯାଉଛି। ସେମାନଙ୍କ ସହିତ ରାଷ୍ଟ୍ରଦୂତ ଚାଙ୍ଗ୍‌ ଜାଏ–ବୋକ୍‌ ମଧ୍ୟ ନୃତ୍ୟ କରୁଛନ୍ତି। ଦୂତାବାସର ସମ୍ପୂର୍ଣ୍ଣ ଟିମ୍‌ ଗୀତର ମୂଳ ନୃତ୍ୟ ଅନୁସାରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି।

କୋରୀୟ ଦୂତାବାସର ‘ନାଟୁ ନାଟୁ’ ନୃତ୍ୟ କଭର୍‌ ସେୟାର୍‌ କରି ଆମେ ଆନନ୍ଦିତ। ଦୂତାବାସ କର୍ମଚାରୀଙ୍କ ‘ନାଟୁ ନାଟୁ’ରେ କୋରୀୟ ରାଷ୍ଟ୍ରଦୂତ ଚାଙ୍ଗ୍‌ ଜାଏ–ବୋକ୍‌ଙ୍କୁ ଦେଖନ୍ତୁ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ  ଦେଖିସାରିଲେଣି

Comments are closed.