Latest Odisha News

BREAKING NEWS

“ଅମୃତକଳସ ଯାତ୍ରା’ ପାଇଁ ଓଡ଼ିଆ କଳାକାରଙ୍କ ଚିତ୍ରିତ କଳସକୁ ଚୟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ଅମୃତକଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶିଷ୍ଟ ଓଡ଼ିଆ କଳାକାର ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତିଙ୍କ ହାତରେ ଚିତ୍ରିତ କରାଯାଇଥିବା କଳସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୟନ କରିଛନ୍ତି ।

ଅମର ଶହିଦମାନଙ୍କ ତ୍ୟାଗ ପ୍ରତି ସମ୍ମାନ ପାଇଁ ମେରି ମାଟି ମେରା ଦେଶ-ଅମୃତକଳସ ଯାତ୍ରା’ ହେଉଛି ଏକ ଜାତୀୟ ଅଭିଯାନ । ଶହିଦଙ୍କ ଜନ୍ମସ୍ଥାନରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଉଛି । ସେହି ପବିତ୍ରମାଟିକୁ ଦିଲ୍ଲୀରେ ଥିବା ଜାତୀୟ ଶହିଦ ସ୍ମାରକୀକୁ ପଠାଯାଉଛି । ଶ୍ରଦ୍ଧାଞ୍ଜଳି ସ୍ୱରୂପ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତବାଟିକା ସ୍ଥାପନ କରାଯିବ, ଯେଉଁଥିରେ ଜାତୀୟସ୍ତରରୁ ସଂଗୃହୀତ ୭୫୦୦ କଳସର ମାଟି ଓ ବୃକ୍ଷ ରହିବ ।

କାରିଗରୀର ଉତ୍କର୍ଷ ଭାବେ ପରିଚିତ, ହାତରେ ଚିତ୍ରିତ କଳସକୁ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କିଟ୍ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତି ନିଜ ହାତରେ ଆଙ୍କିଛନ୍ତି । ବିଶିଷ୍ଟ ଓଡ଼ିଆ ପ୍େରଫସର ତଥା ସାହିତ୍ୟିକ ଡକ୍ଟର ବିଜୟ କୁମାର ମହାନ୍ତି ଓ ରେଣୁବାଳା ମହାନ୍ତିଙ୍କ ଝିଅ ଡକ୍ଟର ସୂର୍ଯ୍ୟସ୍ନତା ନ୍ୟାସନାଲ୍ ଲ ସ୍କୁଲ ବାଙ୍ଗାଲୋରରୁଏଲ୍‌ଏଲ୍‌ଏମ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚିତ୍ରକଳା ପ୍ରତି ତାଙ୍କ ଅଭିଳାଷ ଜାତୀୟସ୍ତରରେ ଅନୁଷ୍ଠିତ ପ୍ରଦଶର୍ନୀ ଯଥା ଜାତୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରି ଓ ଇଣ୍ଡିଆ ହାବିଟାଟ ସେଣ୍ଟରର ମାନ୍ୟତା ହାସଲ କରିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିବା ହଜାର ହଜାର କଳସ ମଧ୍ୟରୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସୂର୍ଯ୍ୟସ୍ନତା ଆଙ୍କିଥିବା କଳସକୁ ଚୟନ କରିଥିଲେ, ଯାହା ଓଡ଼ିଶାର କଳା ସମୁଦାୟ ପାଇଁ ଏକ ଐତିହାସିକ ମୂହୁର୍ତ ।

Leave A Reply

Your email address will not be published.