ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲୁଏଫ୍) ଡାଭୋସ୍ ସଂଳାପକୁ ସମ୍ବୋଧିତ କରିବେ। ଏହି ସଂଳାପ ଅପରାହ୍ନ ୫.୩୦ ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଏକ ଟୁଇଟ୍ରେ କହିଛନ୍ତି ଯେ ସେ ଆସନ୍ତା ଜାନୁଆରୀ ୨୮ ତାରିଖ ଅପରାହ୍ନ ୫.୩୦ ସମୟରେ ଡାଭୋସ୍ ଏଜେଣ୍ଡାକୁ ସମ୍ବୋଧିତ କରିବେ। ଭାରତର ଟେକ୍ନୋଲୋଜି ସଂସ୍କାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ବର୍ଷ ଆରମ୍ଭରେ ଡାଭୋସରେ WEF ର ବାର୍ଷିକ ବୈଠକରେ ବିଶ୍ୱ, ଆଞ୍ଚଳିକ ଏବଂ ଶିଳ୍ପ ଏଜେଣ୍ଡାକୁ ମାର୍ଗଦର୍ଶନ କରିବା ପାଇଁ ବିଶ୍ବର ଶୀର୍ଷ ନେତାମାନେ ଯୋଗଦେବେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଏହି ଅଧିବେଶନରେ ବିଶ୍ୱର ୪୦୦ ରୁ ଅଧିକ ଶିଳ୍ପପତି ଅଂଶଗ୍ରହଣ କରିବେ। ଏଥିରେ ପ୍ରଧାନମନ୍ତ୍ରୀ ଚତୁର୍ଥ ଶିଳ୍ପ ବିପ୍ଳବ ବିଷୟରେ କହିବେ।
Comments are closed.