Latest Odisha News

ନଭେମ୍ୱର ୧୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର :  ନଭେମ୍ୱର ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଅନେକ ଗୁଡ଼ିଏ ଯୋଜନାର  ଉନ୍ମୋଚନ କରିବା ନେଇ ସୂଚନା ମିଳିଛି। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଆସିବେ। ଏହାପରେ ସେ ରାଉରକେଲା ଅଭିମୂଖେ ଯିବେ। ସେଠାରେ ଆୟୋଜିତ ହେବାକୁ ଥିବା ଆଦିବାସୀ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

 

ସେହିପରି ପ୍ରଧାନମନ୍ତ୍ରୀ ଅନେକ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ବୋଲି ଜାଣିବାକୁ ମିଳିଛି। ଓଡ଼ିଆ ଅସ୍ମିତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ, ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର ଶୁଭାରମ୍ଭ, ଏକ ଲକ୍ଷ ଆଦିବାସୀ  ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ବୃତ୍ତି ଟଙ୍କା ପ୍ରେରଣ, ଏଫ୍‌ଆଇଏ ପୋର୍ଟାଲର ଶୁଭାରମ୍ଭ ଓ ୨୯ ଆଶ୍ରମ ସ୍କୁଲ୍ ଓ ହାଇସ୍କୁଲର ଉନ୍ନତିକରଣ ଭଳି ପ୍ରକଳ୍ପର ଶୁଭାରମ୍ଭ କରିବାର ସୂଚନା ମିଳିଛି।

Leave A Reply

Your email address will not be published.