Latest Odisha News

BREAKING NEWS

ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ସ୍ଥିତି ଏବଂ ମୌସୁମୀର ଆଗମନକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟପ୍ରଦେଶର କିଛି ଅଂଶରେ ଏହିଭଳି ଭାବରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ସ୍ୱାଭାବିକ ବା ତା’ଠାରୁ ଅଧିକ ରହିବ ଏବଂ କିଛି ଅଂଶରେ ସ୍ୱାଭାବିକ ଠାରୁ କମ୍ ରହିବ ବୋଲି କହିଛି ପାଣିପାଗ ବିଭାଗ ।

ସେହିପରି ଜଙ୍ଗଲ ନିଆଁକୁ ଠିକ୍ ସମୟରେ ଚିହ୍ନଟ କରିବା ଏବଂ ଏହାର ପରିଚାଳନାରେ “ବନ ଅଗ୍ନି” ପୋର୍ଟାଲର ଉପଯୋଗିତା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡ ଘଟଣାକୁ ରୋକିବା ଏବଂ ପରିଚାଳନା କରିବା ପାଇଁ ନିୟମିତ ଭାବେ ଉପଯୁକ୍ତ ଅଭ୍ୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନା ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନର ଫାୟାର ଅଡିଟ୍ ଓ ବିଦ୍ୟୁତ  ସୁରକ୍ଷା ଅଡିଟ୍ ନିୟମିତ ଭାବେ କରାଯିବା ଦରକାର । ଜଙ୍ଗଲରେ ଫାୟାର ଲାଇନର ରକ୍ଷଣାବେକ୍ଷଣ ଏବଂ ବାୟୋମାସର ଉତ୍ପାଦନଶୀଳ ଉପଯୋଗ ପାଇଁ ନିୟମିତ ଅଭ୍ୟାସର ଯୋଜନା କରାଯିବା ଆବଶ୍ୟକ ବୋଲି କହିଛନ୍ତି ମୋଦୀ ।

Comments are closed.