Latest Odisha News

BREAKING NEWS

ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଜୁଲାଇ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ ଏବଂ ଜଲାଉନ୍‍ ଜିଲ୍ଲାର ଓରାଇ ତହସିଲ ଅର୍ନ୍ତଗତ କାଇଥେରୀ ଗ୍ରାମରେ ପୂର୍ବାହ୍ନ ପ୍ରାୟ ୧୧.୩୦ ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ।

ସାରା ଦେଶରେ ଯୋଗାଯୋଗ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ, ଯାହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସଡକ ଭିତ୍ତିଭୂମିରେ ଉନ୍ନତି ଆଣିବା । ଏହି ଦିଗରେ ୨୯ ଫେବୃଆରୀ, ୨୦୨୦ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଥିଲା । ଏକ୍ସପ୍ରେସୱେରେ କାର୍ଯ୍ୟ ୨୮ ମାସ ମଧ୍ୟରେ ଶେଷ ହୋଇଛି ଏବଂ ବର୍ତ୍ତମାନ ଏହା ପ୍ରଧାନମନ୍ତ୍ରୀ ଦ୍ୱାରା ଉଦଘାଟିତ ହେବ ।

ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (ୟୁପିଇଆଇଡିଏ) ଙ୍କ ଅଧୀନରେ ପ୍ରାୟ ୧୪,୮୫୦ କୋଟି ଟଙ୍କା ବ୍ୟୟରେ ୨୯୬ କିମି ଦୀର୍ଘ ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସୱେ ର୍ନିମାଣ କରାଯାଇଛି ଏବଂ ପରେ ଏହା ୬ ଲେନ୍‍ ପର୍ଯ୍ୟନ୍ତ ବିସ୍ତାର ହୋଇପାରିବ । ଏହା ଚିତ୍ରକୂଟ ଜିଲ୍ଲାର ଭରତକୂପ ନିକଟ ଗୋଣ୍ଡା ଗ୍ରାମରେ ଏନ୍‍ଏଚ୍‍-୩୫ ଠାରୁ ଏଟାୱା ଜିଲ୍ଲାର କୁଡରେଲ ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି, ଯେଉଁଠାରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ମିଶ୍ରିତ ହୋଇଛି । ଏହା ସାତଟି ଜିଲ୍ଲା ଦେଇ ଯାଇଛି ଯଥା ଚିତ୍ରକୂଟ, ବଣ୍ଡା, ମହୋବା, ହମିରପୁର, ଜଲାଉନ୍‌, ଅରାୟା ଏବଂ ଏଟାୱା ।

ଏହି ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ କରିବା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ମଧ୍ୟ ଅର୍ଥନୈତିକ ବିକାଶରେ ଏକ ବଡ଼ ଉତ୍ସ ଦେବ, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ । ଏକ୍ସପ୍ରେସୱେ ପାଖରେ ଥିବା ବଣ୍ଡା ଏବଂ ଜଲାଉନ୍ ଜିଲ୍ଲାରେ ଶିଳ୍ପ କରିଡର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି

Leave A Reply

Your email address will not be published.