Latest Odisha News

BREAKING NEWS

ବଢିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ରାଶି: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ପାଇବେ ୧ ଲକ୍ଷ ୮୦ ହଜାର ଟଙ୍କା। ପୂର୍ବରୁ ଏହି ଯୋଜନାରେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିଲା। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।

ଏନେଇ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଆହୁରି ମଧ୍ଯ ମନ୍ତ୍ରୀ ଏହି ଯୋଜନାକୁ ନେଇ ବିଜେଡି ସରକାରଙ୍କ ‘ମୋ ଘର ଯୋଜନା’ କୁ ନିନ୍ଦା କରିବା ସହ ଏହାକୁ କେବଳ ନିର୍ବାଚନୀ ପ୍ଲାନ୍ ବୋଲି କହିଛନ୍ତି।

ଏହି ଯୋଜନା ଅଧୀନରେ ଲୋକମାନେ ଘର ପାଇ ନାହାଁନ୍ତି କିମ୍ବା ଏଥିପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ। ଏହି ଯୋଜନା ଅଧୀନରେ ଲୋକଙ୍କୁ ୩ଲକ୍ଷ ଟଙ୍କା ଋଣ ନେବାକୁ ପଡିବ କିନ୍ତୁ ଋଣ ସୁଝିବା ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମଡେଲ ହାଉସରେ ଲାଟ୍ରିନ ନିର୍ମାଣ ପାଇଁ ମିଳୁଥିବା ରାଶିକୁ ୧୨ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ବିଚାର କରାଯାଉଛି। ଏହି ଘରଗୁଡିକୁ ଜଳ ଏବଂ ବିଦ୍ୟୁତ୍ ସଂଯୋଗ ମଧ୍ୟ ଯୋଗାଇ ଦିଆଯିବ।

 

 

 

Comments are closed.