Latest Odisha News

BREAKING NEWS

ତୃତୀୟ ପାଳିର ପ୍ରଥମ ‘ମନ କି ବାତ୍’

ନୂଆଦିଲ୍ଲୀ: ଆଜି ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମ । ତେବେ ଦ୍ବିତୀୟ ପାଳିରେ ଶେଷ ଥର ପାଇଁ ଗତ ଫେବୃୟାରୀ ୨୫ ତାରିଖରେ ୧୧୦ ତମ ‘ମନ କି ବାତ୍’ ରେ ଦେଶବାସୀଙ୍କୁ ଉଦ୍ବବୋଧନ ଦେଇଥିଲେ ମୋଦି । ଯେଉଁଥିରେ ନିର୍ବାଚନ ପାଇଁ ଆଗାମୀ ତିନି ମାସ ‘ମନ କି ବାତ୍’ କାର୍ଯ୍ୟକ୍ରମ କରିପାରିବେ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏବେ ନିର୍ବାଚନ ସରିବା ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଆଜି ତାଙ୍କର ପ୍ରଥମ ‘ମନ କି ବାତ୍’ ଶୁଣାଇବାକୁ ଯାଉଛନ୍ତି ମୋଦି ।

ତେବେ ପ୍ରଧାନମନ୍ତ୍ରୀ ମୋଦି ପ୍ରତି ମାସରେ ଦେଶବାସୀଙ୍କୁ ସମ୍ବୋଧନ କରନ୍ତି । ଯାହା ‘ମନ କି ବାତ୍’ ନାମରେ ବେଶ୍ ପରିଚିତ । ‘ମନ କି ବାତ୍’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଆୟାଜିତ ଏକ ରେଡିଓ କାର୍ଯ୍ୟକ୍ରମ । ଯାହା ମାସର କୌଣସି ଏକ ରବିବାରରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଥର ୨୦୧୪ ଅକ୍ଟୋବର ୩ରେ ନିଜର ‘ମନ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୋଦି । ଯେଉଁଥିରେ ଦେଶ ବାସୀଙ୍କୁ ଉଦ୍ବୋଧିତ କରନ୍ତି ମୋଦି । ଯାହା ସରକାରୀ ଗଣମାଧ୍ୟମ ଭାରତୀୟ ସଞ୍ଚାର ବିଭାଗ ଓ ଡିଡି ନ୍ୟୁଜରେ ପ୍ରସାରିତ ହୋଇଥାଏ । ତେବେ ଏହା ହେଉଛି ପ୍ରଥମ ରେଡିଓ କାର୍ଯ୍ୟକ୍ରମ ଯାହା ଭିଜୁଆଲ୍ ସହିତ ପ୍ରସାରିତ ହୋଇଥାଏ । ଯେଉଁଥିରେ ମୋଦି ନିଜର ମନର କଥା ସାଧାରଣ ଲୋକଙ୍କ ଆଗରେ ପ୍ରକାଶ କରିଥାନ୍ତି ।

ସୂଚନା ବିଭାଗର ମନ୍ତବ୍ୟ ଅନୁସାରେ, ଏହି କାର୍ଯ୍ୟକ୍ରମର ପ୍ରାଥମିକତା ହେଉଛି ଦୈନନ୍ଦିନ ଦେଶରେ କ’ଣ ଚାଲିଛି ତାହା ଭାରତୀୟ ନାଗରିକଙ୍କ ସହ ଆଲୋଚନା କରିବା । ଯାହାକୁ ନେଇ ପ୍ରତି ମାସରେ ପ୍ରଧାନମନ୍ତ୍ରୀ ନିଜର ମନ୍ତବ୍ୟ ଆଲୋକପାତ କରି ଦେଶ ବାସୀଙ୍କୁ ସମ୍ବୋଧିତ କରିଥାନ୍ତି ।

ତେବେ ଗତ ବର୍ଷ ୩୦ ଏପ୍ରିଲରେ ଏହି କାର୍ଯ୍ୟକ୍ରମ ୧୦୦ ତମ ସଫଳତାରେ ପହଞ୍ଚିଥିଲା । ଆଉ ଆଜି ଏହାର ୧୧୧ତମ କାର୍ଯକ୍ରମ । ଯାହା ଦିନ ୧୧ରୁ ଆରମ୍ଭ ହେବାକୁ ଯାଉଛି ।

ତେବେ ଏଥର ମୋଦି ସରକାର ଅନେକ କିଛି ହାସଲ କରିବା ସହିତ ବହୁତ କିଛି ଚ୍ୟାଲେଞ୍ଜର ମଧ୍ୟ ସାମ୍ନା କରିଛି । ସବୁଠୁ ବଡ କଥା ହେଉଛି ଦେଶରେ ଏଥର ପ୍ରବେଶିକା ପରୀକ୍ଷାକୁ ନେଇ ବଡ ବିଭ୍ରାଟ ଦେଖାଦେଇଛି । ଯେଉଁ ସବୁ ବିଷୟ ନେଇ ଆଜି ଆଲୋଚନା କରିପାରନ୍ତି ମୋଦି ।

Leave A Reply

Your email address will not be published.