Latest Odisha News

BREAKING NEWS

କୃଷ୍ଣସାର ମୃଗ ଶିକାର ବେଳେ ପୋଲିସ ସହ ଏନକାଉଣ୍ଟର: ଟଳିଲେ ୩ ପୋଲିସ କର୍ମୀ

ମଧ୍ୟପ୍ରଦେଶ  : ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଏପରି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି । ଏଠାରେ ଶିକାରୀ ଓ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଏସଆଇ ରାଜକୁମାର ଜାଟବ, ପୋଲିସ ଆରକ୍ଷୀ ନୀରଜ ଭାର୍ଗବ ଓ ଆରକ୍ଷୀ ସନ୍ତରାମ ।

ଶୁକ୍ରବାର ବିଳମ୍ବିତ ରାତିରେ ଗୁନାର ଏକ ଜଙ୍ଗଲରେ କଳାମୃଗ ଶିକାର କରି କିଛି ଶିକାରୀ ଯାଉଥିଲେ । ଏହାର ଖବର ପୋଲିସ ବିଭାଗକୁ ମିଳିଥିଲା । ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଏନକାଉଣ୍ଟର ଆରମ୍ଭ କରିଥିଲେ । ହେଲେ ଶିକାରୀଙ୍କ ପାଲଟା ଗୁଳିମାଡରେ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ସ୍ଥିତି ଏତେ ଭୟାନକ ଥିଲା ଯେଉଁଥିରେ ଶିକାରୀମାନେ ଅତି ନିକଟରୁ ପୋଲିସଙ୍କ ଉପରକୁ ଗୁଳିମାଡ କରିଥିବା ସ୍ପଷ୍ଟ ହେଉଛି । ଘଟଣାସ୍ଥଳରୁ କିଛି ଫୁଟା ଗୁଳି ସହ କଳା ମୃଗଙ୍କୁ ୪ଟି କଟା ମୁଣ୍ଡ ସହ ଗୋଟିଏ ମୟୂରର ମୃତ ଦେହ ଜବତ ହୋଇଛି ।

ଏଘଟଣା ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ପାଟିଲ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ,ଏଥିରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା, ମୁଖ୍ୟ ସଚିବ. ଡିଜିପି , ଏଡିଜିଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ସାମିଲ ରହିବେ ।

Leave A Reply

Your email address will not be published.