Latest Odisha News

BREAKING NEWS

ପରଲୋକରେ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡ

ଭୁବନେଶ୍ୱର : ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଦୁଇଦିନ ଧରି ତାଙ୍କୁ ସାମାନ୍ୟ ଜ୍ବରରେ ହୋଇଥିଲା ଓ ସେ ହୃଦଘାତରେ ମଧ୍ୟ ପୀଡ଼ିତ ଥିଲେ । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେତେ ବେଳକୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିସାରିଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

BjdElectrycity

ସ୍ବର୍ଗତଃ ମୁଣ୍ଡ କଳାହାଣ୍ଡି ଜିଲ୍ଲାର ମୂଳ ବାସିନ୍ଦା ଥିଲେ ।  ସମ୍ବଲପୁର ବିଶ୍ୱବିଦ୍ୟାଳୟ , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ , ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ସ୍କଟଲ୍ୟାଣ୍ଡର ଆବର୍ଡିନ ବିଶ୍ୱବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ । ସେ ୧୯୭୩ ମସିହାରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୨୦୦୯ ରେ ଭୁବନେଶ୍ୱର ବିଜେଡି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସର ନେଇଥିଲେ।  ପରବର୍ତ୍ତୀ ସମୟରେ ସେ ଭିଜିଲାନ୍ସ ପ୍ରଫେସର ଭାବରେ , ‘ସ୍କୁଲ ଅଫ୍ ହ୍ୟୁମାନିଟିଜ ସୋସିଆଲ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟ’ , ଆଇଆଇଟି ଭୁବନେଶ୍ୱରରେ କାର୍ଯ୍ୟ କରିଥିଲେ।

ସ୍ବର୍ଗତଃ ମୁଣ୍ଡ , ‘ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ୱାର୍ଲ୍ଡ ଲିଟରେଚର ଆଣ୍ଡ କଲଚର’ର ମୁଖ୍ୟ ସମ୍ପାଦକ , ‘ଆସୋସିଏସନ୍ ଫର କମନ ୱେଲଏଥ ଲିଟରେଚର ଆଣ୍ଡ ଲାଙ୍ଗୁଏଜ’ର ଉପସଭାପତି ଏବଂ ଆଇଆଇଟି ଭୁବନେଶ୍ୱରର ସିନେଟର ସଦସ୍ୟ ମଧ୍ୟ ଥିଲେ।

ସ୍ୱର୍ଗତଃ ମୁଣ୍ଡଙ୍କର କବିତା ସଙ୍କଳନ ଶବ୍ଦ ନିଃଶବ୍ଦ , ମୁହୂର୍ତ୍ତଟିଏ ମୋହିନୀ , ସ୍ବପ୍ନବ୍ରତ, ଶବ୍ଦଫେଣା, ସ୍ଥିର ଉଡ଼ାଣ ଇୱାନ ଗଳ୍ପ ସଙ୍କଳନ ଛକ , ସୀମାବଦ୍ଧ ଆଦି ବେଶ ପାଠକୀୟ ଆଦୃତି ଲାଭ କରିଥିଲା ।   ଅତିବଡ଼ି ଜଗନ୍ନାଥ ଦାସ: ଏ ଏକକ୍ୱିନ୍ସେଣ୍ଟେନିଆଲ୍ ଟ୍ରିବ୍ୟୁଟ (ସାଧୁ-କବିଙ୍କ ଉପରେ ସମାଲୋଚନା ପ୍ରବନ୍ଧର ସଙ୍କଳନ ) , ଦ ଇଣ୍ଡିଆନ ନଭେଲ ଇନ ଇଂଲିଶ : ଇଟ୍ସ ବର୍ଥ ଆଣ୍ଡ ଡେଭଲପମେଣ୍ଟ , ତରୁ ଦତ୍ତସ ବିୟାନକା : ଓର ଦ ୟଙ୍ଗ ସ୍ପାନିଶ ମେଡେନ , ଦ ଫାଷ୍ଟ ନଭେଲ ବାଇ ଆନ ଇଣ୍ଡିଆନ ଓମେନ, କାଁହୁ ଚରଣ ମହାନ୍ତି (ମେକର୍ସ ଅଫ ଇଣ୍ଡିଆନ ଲିଟରେଚର ସିରିଜ )ଆଦି ହେଉଛିସ୍ବର୍ଗତଃ ମୁଣ୍ଡଙ୍କର ଇଂରାଜୀ ଭାଷାରେ ପ୍ରକାଶିତ କେତେକ ପ୍ରମୁଖ ପୁସ୍ତକ । ଏହାସହ ତାଙ୍କର ଅନୁବାଦ, ସମାଲୋଚନା, ପ୍ରବନ୍ଧ, ପୁସ୍ତକ ସମୀକ୍ଷା ଏବଂ ଗବେଷଣା ମୂଳକ ପ୍ରବନ୍ଧ ସବୁ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଥିଲା ।

ଲେଖକ ସୀତକାନ୍ତ ମହାପାତ୍ରଙ୍କ ଉପରେ ତାଙ୍କର ମନୋଗ୍ରାଫ୍ କନ୍ନଡରେ ଅନୁବାଦ କରାଯାଇଛି। ସେ ସାହିତ୍ୟ ଏକାଡେମୀ ଏବଂ ଓଡିଶା ସାହିତ୍ୟ ଏକାଡେମୀ ସମେତ ଦେଶର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସହ ଜଡିତ ଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.