ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆରଙ୍କ ତୃତୀୟ କବିତା ସଙ୍କଳନ ୧୩ଟି ଦେଶରେ ପ୍ରକାଶ ପାଇଛି।
ଏହି କବିତା ସଙ୍କଳନ ‘ପ୍ରିଲ୍ୟୁଡସ ଅଫ ଲଭ’ରେ ରହିଛି ୩ଟି କବିତା । ଏହା ମୁମ୍ବାଇର ପେନ୍ସିଲ ପବ୍ଲିଶର ଦ୍ୱାରା ପ୍ରକାଶିତ । ଏହା ପୂର୍ବରୁ ଅନିନ୍ଦିତାଙ୍କର ୧୬ ଟି କବିତାକୁ ନେଇ ‘ବର୍ନିଂ ହାର୍ଟ’ ଏବଂ ୧୭ଟି କବିତାକୁ ନେଇ ‘ସ୍ନୋଫ୍ଲେକ୍ସ’ ନାମକ କବିତା ସଙ୍କଳନ ପ୍ରକାଶ ପାଇସାରିଛି। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ଦ୍ଵିତୀୟ ବର୍ଷର ଛାତ୍ରୀ। ସ୍କୁଲରେ ପଢ଼ିବା ସମୟରୁ ହିଁ ଅନିନ୍ଦିତା କବିତା ଲେଖି ଆସୁଛନ୍ତି।
Comments are closed.