Latest Odisha News

BREAKING NEWS

ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ

କେନ୍ଦ୍ରାପଡ଼ା: ବିଷାକ୍ତ ସାପ ପଡ଼ିଥିଲା ଡାଲମା ଖାଇ ୪୦ ଅସୁସ୍ଥ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଅଭାବନୀୟ ଘଟଣା ଘଟିଛି । ଭାଗବତ ସପ୍ତାହ ଅଵସରରେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ପ୍ରସାଦ ରନ୍ଧା ଯାଇଥିଲା ।
୪୦୦ ଲୋକଙ୍କ ପ୍ରସାଦ ସେବନ ପାଇଁ ଖାଦ୍ୟ ରନ୍ଧା ହୋଇଥିଲା ।

ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ବିଷାକ୍ତ ଡାଲମା ଖାଇ ପ୍ରାୟ ୪୦ ଲୋକ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତ ୩ ମାସ ତଳେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ସମାନ ଅଘଟଣ ଘଟିଥିଲା ଝିଟିପିଟି ପଡ଼ିଯାଇଥିବା ବିଷାକ୍ତ ଖାଦ୍ୟ ଖାଇ ୯୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ ।

Leave A Reply

Your email address will not be published.