ସାପ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇପାରେ । ଆଉ ଯଦି କିଙ୍ଗ କୋବ୍ରା ବା ଅହିରାଜ ସାପ କଥା କୁହାଯାଏ ଏହା ପୃଥିବୀର ସବୁଠାରୁ ବିଷଧର ସାପ ଭାବରେ ପରିଗଣିତ ହୋଇଥାଏ । ଏବେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ ସାପ ମଣିଷର ଉଚ୍ଚତା ବା ୬ ଫୁଟରୁ ଅଧିକ ଉଚ୍ଚାରେ ଠିଆ ହୋଇଛି । ତାହା ପୁଣି ଫଣା ଟେକି । ଏଭଳି ଅଦ୍ଭୁତ ଭିଜୁଆଲକୁ ବହୁ ଲୋକେ ପସନ୍ଦ କରୁଛନ୍ତି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏହି ସାପଟି ତାର ଲାଞ୍ଜ ସାହାଯ୍ୟରେ ପ୍ରାୟ ୬ ଫୁଟ ଉଚ୍ଚତାରେ ଠିଆ ହୋଇଛି । ଯେମିତି ଲାଗୁଛି ସାପଟି ଜଣେ ମଣିଷର ଆଖି ସହିତ ସିଧାସଳଖ ସାମ୍ନାସାମ୍ନି ହେବା ପାଇଁ ଉଦ୍ୟମ କରୁଛି । ଯେମିତି ଲାଗୁଛି ମାଟି ଉପରୁ ସିଧା ଠିଆ ହୋଇ କୌଣସି ମଣିଷ, ପଶୁ ବା ବସ୍ତୁକୁ ଚୋଟ ବି ମାରି ପାରିବ ।
ଜଣେ ଆଇଏଫଏସ୍ ଅଧିକାରୀ ଏହି ଭିଡିଓ ସେୟାର କରିଛନ୍ତି । ୧୦ ରୁ ୧୨ ଫୁଟ ଲମ୍ବର ଏକ ସାପ କିପରି ତାର ଲାଞ୍ଜ ଉପରେ ଠିଆ ହୋଇଛି ଏଥିରେ ଦେଖିବାକୁ ଲାଗୁଛି । ଦେଖାଯାଉଛି ଯେ, ସାପଟି ନିଜ ସାମ୍ନାରେ କାହାକୁ ସତେଅବା ଟାର୍ଗେଟ କରିଛି । ଏତେ ଉଚ୍ଚତାରେ ଠିଆ ହୋଇଥିଲେ ମଧ୍ୟ ସାପଟି କୌଣସି ଜିନିଷର ସହାୟତା ନେଇନାହିଁ । ଅଧିକାରୀ ଜଣକ କ୍ୟାପସନରେ ଲେଖିଛନ୍ତି, କିଙ୍ଗ୍ କୋବ୍ରା ପ୍ରକୃତରେ ଏତେ ଉଚ୍ଚତାରେ ସିଧା ଠିଆ ହୋଇପାରିବ । ଏପରିକି ଜଣେ ବ୍ୟକ୍ତିର ଆଖି ପର୍ଯ୍ୟନ୍ତ । ଯେତେବେଳେ ବି ସେମାନେ କାହା ସହିତ ମୁହାଁମୁହିଁ ହୁଅନ୍ତି, ସେମାନେ ନିଜ ଶରୀରର ଏକ ତୃତୀୟାଂଶକୁ ମାଟିି ଉପରୁ ଉଠାଇବା ମୁଦ୍ରାରେ ରୁହନ୍ତି ।
କୋବ୍ରା ସାପକୁ ଲୋକେ ନାଗରାଜ ଭାବେ ଜାଣନ୍ତି । ଏହା ଦୁନିଆର ସବୁଠାରୁ ଲମ୍ବା ଏବଂ ବିଷାକ୍ତ ସାପ ବୋଲି ବିବେଚନା କରାଯାଏ । ଏହାର ଲମ୍ବ ପ୍ରାୟ ୫.୬ ମିଟର ଅର୍ଥାତ୍ ୧୫ ରୁ ୧୮ ଫୁଟ ହୋଇଥାଏ । ଯାହା ୬ ଫୁଟ ପର୍ଯ୍ୟନ୍ତ ସିଧ ଠିଆ ହୋଇପାରନ୍ତି ।
Comments are closed.