Latest Odisha News

BREAKING NEWS

ମହଙ୍ଗା ପଡିଲା ଶୁଆକୁ ଟାଙ୍ଗି ଭିଡିଓ କରିବା, ୩ ଜଣଙ୍କୁ ଧରିଲା ପୋଲିସ

ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ପଡିଲା ମହଙ୍ଗା । ୩ ଜଣଙ୍କୁ ବାନ୍ଧିଲା ପୋଲିସ । ସାମାନ୍ୟ ବିରି ଖାଇଦେଇଥିବାରୁ ଜଣେ ଯୁବକ ଗୋଟିଏ ଶୁଆକୁ ଫାଶୀ ଦେବା ସହିତ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାର କାର୍ଯ୍ୟାନୁଷ୍ଠାନ ଗର୍ହଣ କରି ୩ଜଣ ଯୁବକଙ୍କୁ ଉଠାଇ ନେଇଛି ପୋଲିସ ।

ସୂଚନା ଅନୁସାରେ, ନିରୀହ ପକ୍ଷୀକୁ ମାରି ଟଙ୍ଗେଇ ତା’ର ରିଲ୍ସ କରିବା ଏବେ ପଡିଲା ମହଙ୍ଗା । ୩ ଜଣଙ୍କୁ ଉଠାଇନେଲା ପୋଲିସ । ଗତ ୨୧ ତାରିଖରେ ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଜାମୁଝୁରୀ ଗାଁର ତିନି ଜଣ ଯୁବକ ଏକ ଶୁଆର ଜୀବନ ନେଇ ରିଲ୍ସ କରିଥିଲେ । ଭିଡିଓରେ ଶୁଆଟିର ଦୁଇ ଡେଣାକୁ ଦଉଡିରେ ବାନ୍ଧିବା ସହିତ ତା’ ବେକରେ ଦଉଡି ଲଗାଇ ତାକୁ ଫାଶୀ ଦେବା ଭଳି ଦୁଇ ଖୁଣ୍ଟ ମଝିରେ ଓହଳା ଯାଇଥିଲା। ଭଗ୍ନ ପନ୍ଥେଇ ନାମକ ଜଣେ ଯୁବକ ଏହି ଭିଡିଓକୁ ପୋଷ୍ଟ କରିଥିବାବେଳେ ବିରି ଖାଇ ପଳେଇଥିବାରୁ ଆଜି ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛି ବୋଲି ବେଶ୍‌ ଆରାମର ସହ କହୁଥିବା ଦେଖାବାକୁ ମିଳିଥିଲା । ଏପରିକି ଉକ୍ତ ପୋଷ୍ଟରେ ମଧ୍ୟ ସେ ନିଜ ନାମ ପାଖରେ ଏକ ମୋବାଇଲ୍‌ ନଂ. ୯୫୦୨୮୨୧୭୧୮ ଉଲ୍ଲେଖ କରିଥିଲା ।

ଏହି ଭିଡିଓକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପରେ ତାହାକୁ ଡିଲିଟ୍‌ କରାଯାଇଛି। ଶୁଆ ଭଳି ଏକ ନିରୀହ ବନ୍ୟପ୍ରାଣୀକୁ ଏଭଳି କ୍ରୂରତାର ସହ ହତ୍ୟା କରିବାକୁ ନେଇ ପ୍ରାଣୀପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାର ୭ ଦିନ ଭିତରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ DFO ସନ୍ତୋଷ । ଅଭିଯୁକ୍ତଙ୍କ ବିରୁଦ୍ଧରେ ୱାଲ୍ଡଲାଇଫ ଆକ୍ଟ ର ଧାରା -୯ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

 

Comments are closed.