Latest Odisha News

BREAKING NEWS

ବଟି ମାଗି ବନ୍ଧା ହେଲେ ସାମ୍ବାଦିକ

ଭୁବନେଶ୍ୱର: ଦାଦା ବଟି ମାଗିବା ପଡିଲା ମହଙ୍ଗା । ବନ୍ଧା ହେଲେ ସାମ୍ବାଦିକ । ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନୀର ମାଲିକ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଭୁବନେଶ୍ୱରରୁ ୫ ଜଣ ସାମ୍ବାଦିକ ଓ ଜଣେ ଡ୍ରାଇଭରକୁ ଗିରଫ କରିଛି । ପୋଲିସ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା ଜବତ କରିଛି ।

ଏନେଇ ଭୁବନେଶ୍ୱର ଡିସିପି ଉମାଶଂକର ଦାଶ କହିଛନ୍ତି କି ଏହି ୬ ଜଣ ଯାକ ବିଭିନ୍ନ ୱେବ୍ ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିଲେ । ଜଣେ ଘିଅ କମ୍ପାନୀର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଚମକ୍ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ସହ ୨ ଟି ଗାଡି ବି ଜବତ୍ କରାଯାଇଛି ।

Leave A Reply

Your email address will not be published.