Latest Odisha News

ମହଙ୍ଗା ପଡିଲା ଅନଲାଇନ ଠକେଇ, ୪ ଠକ ଗିରଫ

ବଲାଙ୍ଗିର: ୪ ଅନଲାଇନ୍ ଠକକୁ ଗିରଫ କଲା ପୋଲିସ । ଅନଲାଇନରେ ମେସେଜ ଦେଇ ଲୋକଙ୍କୁ ଠକୁଥିଲେ ଏହି ଠକ । ରାଜସ୍ଥାନରୁ ଏହି ୪ ଠକଙ୍କୁ ଗିରଫ କରିଛି ପୋଲିସ । ଏଥିସହ ମୁଖ୍ୟ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଆଜି ୪ ଅନଲାଇନ୍ ଠକଙ୍କୁ ରାଜସ୍ଥାନରୁ ଗିରଫ କରିଛି ବଲାଙ୍ଗିର ପୋଲିସ । ଅନଲାଇନ ଟ୍ରେଡିଂ ଆପ୍‌ ଜରିଆରେ ଲୋକ ମାନଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ୪ ଠକ । ଏହି ୪ ଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛି ରାଜସ୍ଥାନର ବିକାଶ ପରେଖ । ବିକାଶ ପରେଖ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ର । ମୁଖ୍ୟ ଅଭିଯୁକ୍ତ ବିକାଶକୁ ଗିରଫ କରାଯିବା ସହ ତା’ର ୬୦ଟି ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ । ୬୦ଟି ଆକାଉଣ୍ଟରେ ଥିବା ୮୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫ୍ରିଜ୍ କରିଛି ପୋଲିସ ।

Comments are closed.