Latest Odisha News

ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପୁରମ କମ୍ପାନୀର ଦୁଇ ଅଧିକାରୀ ଗିରଫ

ଫୁଲବାଣୀ: ନକଲି ସୁନା ବନ୍ଧକ ରଖି ଋଣ ଦେବା ମହଙ୍ଗା ପଡ଼ିଛି। ଗିରଫ ହେଲେ ମଣପୁରମ ଫାଇନାନ୍ସ ଲିମିଟିଡେର ଦୁଇ ଅଧିକାରୀ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଗିରଫ କରିଛି ପୋଲିସ। ୭୦ ଲକ୍ଷ ୮୭ ହଜାର ୮୭୨ ଟଙ୍କା ଋଣ ଦେଇଥିବା ଅଭିଯୋଗରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗିରଫ ବ୍ୟକ୍ତିମାନେ ହେଲେ ଶାଖା ପରିଚାଳକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ସହକାରୀ ଶାଖା ପରିଚାଳକ ଅଶ୍ରୁମୋଚନ ବିଶ୍ୱାଳ। ନକଲି ସୁନା ବନ୍ଧକ ରଖି ଋଣ ନେଇଥିବା ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ କୁମାର ସେନାପତି ହୋଇଥିବା ବେଳେ ସେ ଫେରାର ଅଛନ୍ତି।

ଫୁଲବାଣୀ ଟାଉନ ଥାନା ଆଇଆଇସି ଅଶୋକ କୁମାର ଗିରିଙ୍କ ସୂଚନା ଅନୁଯାୟୀ, ଗତ ଜାନୁଆରି ୩ ତାରିଖରେ ଅଡିଟ୍ ବେଳେ ଏହି ଠକେଇ ସାମ୍ନାକୁ ଆସିଥିଲା। ଏହା ପରେ ଅଡିଟ ଟିମ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଏରିଆ ମ୍ୟାନେଜର ଶୁଭାଶିସ ଦାସ ଗତ ୯ ତାରିଖରେ ଠକେଇ ସମ୍ପର୍କରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଏହି ଗିରଫଦାରୀ କରାଯାଇଛି।  ବୁଧବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

Comments are closed.