Latest Odisha News

ଯାଞ୍ଚବେଳେ ପୋଲିସକୁ ଆକ୍ରମଣ, ଅଭିନେତା ଗିରଫ

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ସେ ହେଲେ ନୟାପଲ୍ଲୀରେ ରହୁଥିବା ପୁରୀର ବିରଞ୍ଚି ନାରାୟଣ ନାୟକ । ସେ ଏକାଧିକ ଓଡ଼ିଆ ଧାରାବାହିକ, େଓବ୍ ସିରିଜ୍‌ରେ ଅଭିନୟ କରିଛନ୍ତି ।

ରବିବାର ରାତିରେ ଭରତପୁର ଥାନାର ପାଟ୍ରୋଲିଂ ଟିମ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କଳିଙ୍ଗ ଷ୍ଟୁଡିଓ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ । ରାତି ପ୍ରାୟ ୧ଟା ୧୫ରେ ଅଭିଯୁକ୍ତ ବିରଞ୍ଚି କାର ଚଳାଇ ରେଣ୍ଟାଲ ଛକ ପାର୍ଶ୍ୱରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡକୁ ଯାଉଥିଲେ । ଏହି ସମୟରେ ଯାଞ୍ଚ କରୁଥିବା ପୋଲିସ ଟିମ୍ ଯାଞ୍ଚ ପାଇଁ ତାଙ୍କ କାରକୁ ଅଟକାଇଥିଲେ । ଏହାପରେ ଅଭିଯୁକ୍ତ ଜଣକ କାରରୁ ବାହାରି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.