Latest Odisha News

BREAKING NEWS

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ; ୧୪ ଗିରଫ, ସୁନା ଅଳଙ୍କାର ସହ ବନ୍ଧୁକ ଜବତ

ପୁରୀ; ପୋଲିସ ପଞ୍ଝାରେ ଆନ୍ତଃଜିଲ୍ଲା ଚେନ ସ୍ନାଚିଂ ରାକେଟ। ୧୪ ଜଣିଆ ଗ୍ୟାଙ୍ଗକୁ ଗରିଫ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଫୋନ୍ ଓ ପିସ୍ତଲ ଆଦି ସାମଗ୍ରୀ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ ନେତୃତ୍ୱରେ ଷ୍ଟ୍ରିଟ୍ କ୍ରାଇମ୍ ଡିଟେକ୍ସନ ସେଲ୍, ବଳିଆପଣ୍ଡା ପୋଲିସ, ଓ ସିଟି ଡଏସପିଙ୍କ ମିଳିତ ସହଯୋଗରେ ଏହି ରାକେଟକୁ କାବୁ କରାଯାଇଛି। ୧୪ ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ୍ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୭ ଟି ସୁନା ଚେନ ସମେତ ୭ଏମ୍‌ଏମ୍ ପିସ୍ତଲକୁ ଜବତ କରାଯାଇଛି। ଏଥିସହିତ ଦୁଇଟି ସୁନା ମୁଦି ଗୋଟିଏ ପଲସର ମଟର ସାଇକେଲ,୭ଟି ମୋବାଇଲ ଏବଂ ନଗଦ ୬ ହଜାର ଟଙ୍କା ଜବତ କରାଯାଇଛି। ଦୀର୍ଘ ୨୯ ଦିନର ଧରପଗଡ଼  ପରେ ପୋଲିସ୍‌କୁ ଏହି ସଫଳତା ମିଳିଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଆଗାମୀ ଦିନରେ ରାଜରାସ୍ତାରେ ବଡ ଧରଣର କ୍ରାଇମ କରିବାକୁ ଯୋଜନା କରିଥିଲେ ସଂପୃକ୍ତ ଦୁର୍ବୃତ୍ତ। ଗିରଫମାନଙ୍କ ମଧ୍ୟରୁ ୩ଜଣ ଲୁଟେରା ହୋଇଥିବା ବେଳେ ଅନ୍ୟଜଣେ ଚୋରି ଜିନିଷ କିଣିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସବୁଠାରୁ ବଡ କଥା ହେଲା ଏହି ଲୁଟ ସୁନାଚେନକୁ ବନ୍ଧକ ରଖି ଋଣ ଦାତା କମ୍ପାନୀ ଠାରୁ ରଣ ଟଙ୍କା ଠକି ନେଇଛନ୍ତି ଅଭିଯୁକ୍ତ।

ଲୁଟ ଅଭିଯୋଗରେ ଚନ୍ଦନପୁର ଥାନା ଅନ୍ତର୍ଗତ ମିଥୁନ ମହାପାତ୍ର, ବିଭୁତି ଭୂଷଣ ସ୍ୱାଇଁ, ସଂଗ୍ରାମ ସ୍ୱାଇଁ ଗିରଫ ହୋଇଥିବା ବେଳେ ଚୋରି ଜିନିଷ କିଣିବା ଅଭିଯୋଗରେ  କୁମ୍ଭରପଡା ଥାନା ଅନ୍ତର୍ଗତ ରବିନାରାୟଣ ସାହୁ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ୧୧୦ସିଆର୍‌ପିସିରେ ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି।

Comments are closed.