Latest Odisha News

ଖାଦ୍ୟ ପରେ ଏଠି ସାର ବି ନକଲି, ଲୁଣରେ ବୋଳା ହେଉଛି ରଙ୍ଗ

ବାଲେଶ୍ଵର: ଆଜି ପର୍ଯ୍ୟନ୍ତ ଆପଣ ନକଲି ଖାଦ୍ୟ ପଦାର୍ଥ ବିକ୍ରି ହେବା କଥା ଦେଖିଥିବେ କିମ୍ବା ପଢିଥିବେ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଏଠି ସାର ବି ଭେଜାଲ । ନକଲି ସାର ପକାଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଲୁଣରେ ରଙ୍ଗ ମିଶାଇ ପଟାସ ସାର କହି ଚାଷୀଙ୍କୁ ଠକୁଛନ୍ତି ଠକ ବ୍ୟବସାୟୀ। ବାଲେଶ୍ଵରରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ସୂଚନା ଅନୁସାରେ, ଅନେକ ଚାଷୀଙ୍କ ଠାରୁ ଅଭିଯୋଗ ପାଇବା ପରେ ବାଲେଶ୍ବର ବ୍ୟାଙ୍କ କଲୋନୀରେ ଥିବା ଏକ ସାର କାରଖାନାରେ ଚଢାଉ କରିଛନ୍ତି ସ୍ଥାନୀୟ ତହସିଲଦାର ଓ କୃଷି ବିଭାଗ ଅଧିକାରୀ । ଇଣ୍ଡିଆ ପଟାସ୍ ଲିମିଟେଡ୍ ନାମରେ ସେଠାରୁ ବିପୁଳ ପରିମାଣର ନକଲି ସାର ଜବତ କରିଛି ପ୍ରଶାସନ । ସାଧାରଣ ଲୁଣରେ ରଙ୍ଗ ବୋଳି ତାକୁ ପଟାସ ସାର କହି ଚାଷୀ ମାନଙ୍କୁ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ରଙ୍ଗ ମିଶା ସେହି ନକଲି ସାର ସବୁକୁ ଇଫକୋ ଲେଖାଥିବା ବସ୍ତାରେ ଭର୍ତି କରି ବାଲେଶ୍ୱରର ଶହ ଶହ ଚାଷୀଙ୍କୁ ବିକ୍ରି କରିବା ସହ ବାହାର ଜିଲ୍ଲାକୁ ମଧ୍ୟ ପଠାଯାଉଥିଲେ । ସେସବୁକୁ ଜବତ କରାଯାଇଛି । ତେବେ ଘଟଣାସ୍ଥଳରୁ କାରଖାନା ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି କୃଷି ବିଭାଗ ଅଧିକାରୀ ।

 

Comments are closed.