Latest Odisha News

ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଅମାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଉଭୟ ରାଜ୍ୟର ସୁରକ୍ଷାକର୍ମୀଙ୍କ ଦ୍ବାରା ଆରମ୍ଭ ହୋଇଛି ଜୋରଦାର କମ୍ବିଂ ଅପରେସନ । କମ୍ବିଂ ଅପରେସନ ଆରମ୍ଭ ହେବା ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ l ଜଙ୍ଗଲ ମଧ୍ୟରୁ ଗୋଟିଏ ବନ୍ଧୁକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ।

ସୂଚନା ଅନୁସାରେ, ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ ଥାନା ଅମାଡ଼ ଜଙ୍ଗଲରେ କିଛି ମାଓବାଦୀ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ ସୁରକ୍ଷାକର୍ମୀ l ଏହାପରେ ଛତିଶଗଡ଼ ଓ ଓଡିଶା ସୁରକ୍ଷା କର୍ମୀଙ୍କ ମିଳିତ ଟିମ ଉକ୍ତ ଅଂଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବିଷୟରେ ଜାଣିପାରି ଜଙ୍ଗଲରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ l ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ମାଓ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ ।

ସୂଚାନାଯୋଗ୍ୟ, ଗତକାଲି ଓଡିଶା ସୀମାରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ମାଲକାନଗିରି ଏମ୍ ଭି-୭୯ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା।

Leave A Reply

Your email address will not be published.