Latest Odisha News

୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ

ବଣାଇ: ୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ । ମହୁଲପଦା ଥାନା ବଡ଼ଜଲ ପ୍ରାଥମିକ ସ୍କୁଲ ଛାତରୁ କବ୍‌ଜାକାରୀ ଯୁବକକୁ ଧରିଲା ପୋଲିସ, ଅଗ୍ନିଶମ ବାହିନୀ ଓ ଡିଭିଏଫ୍ । ଲୁହା ଓ ଷ୍ଟିଲ କବାଟକୁ ଢାଲ ବନାଇ ଯୁବକକୁ ଧରିଲେ ସୁରକ୍ଷା କର୍ମୀ । କବ୍‌ଜାକାରୀ ଯୁବକକୁ ଧରି ମହୁଲପାଲି ଥାନା ଆଣିଛି ପୋଲିସ ।

ସୂଚନା ଅନୁସାରେ, ଗତ ୫ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ଯୁବକ ଜଣଙ୍କ ହେଉଛନ୍ତି ସେହି ଅଞ୍ଚଳର ଧନୀ ମୁଣ୍ଡା । ସ୍କୁଲ ଛାତ ଉପରେ ରହି ଧନୁ ତୀର ଓ ବାଟୁଳି ଧରି ଆତଙ୍କରାଜ ଚଳାଇଥିଲା ଧନୀ ମୁଣ୍ଡା । କେବଳ ସେତିକି ନୁହେଁ ସ୍କୁଲ ଚାଉଳ ନେଇ ଛାତ ଉପରେ ରୋଷେଇ କରି ମଧ୍ୟ ଖାଉଥିଲା । ତା’ ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ଗତକାଲି ମହୁଲପଦା ଥାନା ଆଇଆଇସି ସୁରେଶ ପ୍ରଧାନ ତାଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଆଇଆଇସିଙ୍କୁ ତୀର ମାରି ଆହତ କରିଥିଲା ଉକ୍ତ ଯୁବକ ଜଣଙ୍କ । ଶେଷରେ ଅନେକ ପ୍ରଚେଷ୍ଟା ପରେ ଆଜି ତାଙ୍କୁ କାବୁ କରିଛି ପୋଲିସ । ତେବେ ତାକୁ ଧରିବାକୁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ସୁଦନ  ୧୦ ପୃଷ୍ଠା ବିଶିଷ୍ଟ ଏକ ଦାବି ପତ୍ର ଛାତ ଉପରୁ ତଳକୁ ପକାଇଥିଲା  । ଏଥିରେ ସେ ବିଭିନ୍ନ ଦାବି ସହ ୧୦୦ କୋଟି ଟଙ୍କା ଦାବି କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.