Latest Odisha News

BREAKING NEWS

ଡକାୟତି ଯୋଜନା ପଣ୍ଡ କଲା ପୋଲିସ

ଯାଜପୁର: ଡକାୟତି ଯୋଜନା ପଣ୍ଡ କଲା ପୋଲିସ। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଗତ ବିଳମ୍ବିତ ରାତିରେ ଡକାୟତି କରିବାକୁ ଯୋଜନା କରୁଥିବା ସମୟରେ ଯାଜପୁର ରୋଡ଼ ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସ ସେମାନଙ୍କ ନିକଟରୁ ୨ ଟି ଜିଅନ୍ତା ବୋମା, ମାରଣାସ୍ତ୍ର, ମ୍ୟାପ୍, ବହୁ ବାଇକ୍ ଚାବି ଓ ୨ଟି ବାଇକ୍ ଜବତ କରିଛି। ସୂଚନା ମୁତାବକ ଗତ ବିଳମ୍ବିତ ରାତିରେ ସ୍ଥାନୀୟ କାଚହୁଡୀ ସାହି ଅଞ୍ଚଳରେ ୫ ରୁ ୬ ଜଣ ବ୍ୟକ୍ତି ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସଦଳବଳେ ସେଠାରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.