Latest Odisha News

BREAKING NEWS

ଯୋଡାରେ ଲାଗି ରହିଛି ଉତ୍ତେଜନା, ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ ,୧୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ

କେନ୍ଦୁଝର : କେନ୍ଦୁଝର ଯୋଡାରେ ରାମ ନବମୀ ଝଣ୍ଡାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନା ନେଉନି । ଗତକାଲି ରାତିରେ ଯୋଡାରେ ଉଭୟ ଗୋଷ୍ଠୀର ଲୋକମାନେ ପରଷ୍ପରକୁ ପଥର ଫିଙ୍ଗୁଥିବା ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି ।

ଏନେଇ ଯୋଡା ବନେଇକଳା ରାସ୍ତା ଅବରୋଧ କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ପୋଲିସ ଓ ଦମଦଳ ବାହିନୀର ଗାଡି ଭଙ୍ଗାରୁଜା ମଧ୍ୟ ହୋଇଛି । ପରିସ୍ଥିତି ବିଗିଡିବାରୁ ଆଜି ୧୪୪ ଧାରା ଜାରି କରାଯିବ ସହ ଦୋକାନ ବଜାର ସ୍କୁଲ କଲେଜ ଆଦି ବନ୍ଦ ରହିଛି ।

ପରିସ୍ଥିତି ଆୟତ୍ତ କରିବା ପାଇଁ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ପରିସ୍ଥିତି ଆୟତ୍ତ ନହେବା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ଘୋଷଣା କରିଛି ।

Leave A Reply

Your email address will not be published.