Latest Odisha News

ପୋଲିସର ଚଢାଉ, ନଟେଇ ସୂତା ଜବତ

କଟକ: ମକର ସଂକ୍ରାନ୍ତିରେ ଅମାନିଆଙ୍କ ଉତ୍ପାତ । ବାରଣ ହେଲା ତାଗିଦ ବି ହେଲା, କିନ୍ତୁ ମାନିଲେନି ଅମାନିଆ । ଆକାଶରେ ଉଡେଇଲେ ଶହ ଶହ ଗୁଡ଼ି । ଅନେକ ସ୍ଥାନରେ ପଥଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ଆଜି କଟକର ବିଭିନ୍ନ ସ୍ଥାନରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶହଶହ ଗୁଡ଼ି ଉଡ଼ା ଚାଲିଥିଲା । ଗୁଡ଼ି ଉଡ଼ୁଥିବା ଦେଖି ପୋଲିସ ଆକ୍ସନ ମୋଡ଼ରେ ଆସି ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରିଥିଲା । ଗୁଡ଼ି ସୂତା ବିକ୍ରି କରୁଥିବା ଏବଂ ଗୁଡ଼ି ଉଡାଉଥିବା ବ୍ୟକ୍ତିମାନଙ୍କୁ ଉଠାଇନେଇଥିଲା । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ନଟେଇ ସୂତା ଜବତ କରାଯାଇଥିଲା ।

ବାଦାମବାଡ଼ି ପୋଲିସ ବିଭିନ୍ନ ଗଳିକନ୍ଦିରେ ପାଟ୍ରୋଲିଂ କରି ଶତାଧିକ ଗୁଡ଼ିକୁ ଜବତ କରିଛି । ପୋଲିସର ଏହି ଅଭିଯାନକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

Comments are closed, but trackbacks and pingbacks are open.