ନୂଆଦିଲ୍ଲୀ: ଦିଲ୍ଲୀର ଆଉଟର୍ ରିଙ୍ଗ ରୋଡରେ ଅବସ୍ଥିତ ମଠ ବଜାର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ସମେତ ଦୁଇ ଜଣଙ୍କର ମୃତ୍ଯୁ ଘଟିଛି।
ମୃତକ ଦ୍ୱୟ ହେଲେ କନଷ୍ଟେବଳ ଭିକ୍ଟର ଓ ଅନ୍ୟ ଜଣେ ପଥଚାରୀ।
ଗାଜିପୁର ନିବାସୀ ଦିଲ୍ଲୀ ପରିବହନ ନିଗମର ବସ୍ ଡ୍ରାଇଭର ବିନୋଦ କୁମାରଙ୍କୁ ପୋଲିସ ଗିରଫ କରିଛି। ବସ୍ ଡ୍ରାଇଭରଙ୍କ କହିବାନୁସାରେ, ବସ ଖରାପ ସ୍ଥିତିରେ ଥିଲା। ଡିଟିସିର ଜଣେ ଡିଓଙ୍କ ବ୍ୟତୀତ ବସରେ କୌଣସି ଯାତ୍ରୀ ନଥିଲେ।
ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟା ବେଳେ ରିଙ୍ଗ ରୋଡରୁ ଡିଟିସି ବସ୍ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା। ମାତ୍ର ନିୟନ୍ତ୍ରଣ ହରାଇ ଗାଡ଼ିଟି ଏକ ଖୁଣ୍ଟିରେ ପିଟି ହେବା ପରେ କନଷ୍ଟେବଳ ଭିକ୍ଟର ଓ ଅନ୍ୟ ଜଣଙ୍କ ଉପରେ ଚଢ଼ି ଯାଇଥିଲା।
Comments are closed.