Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା : ପୁଣି ଭିଜିଲାନ୍ସ ରେଡ୍। କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଚଢାଉ ଜରାଯାଉଛି। ନିହାରଙ୍କ ଶ୍ୱଶୁର ଘର ରାଉରକେଲା ସ୍ଥିତ ଛେଣ୍ଡ କଲୋନୀରୁ ନେଇ ବାରିପଦା କ୍ୱାଟରରେ ଭିଜିଲାନ୍ସ ଚଢାଉ କରାଯାଇଛି ।

ତା ସହିତ ଭଞ୍ଜପୁର ସ୍ଥିତ ଘର, ବଡ଼ ସାହିରେ ଥିବା ଘର , ଅମ୍ବୀକା ସାହିରେ ଥିବା ଦୋକାନ ଘର ଓ ଗ୍ୟାସ ଗୋଦାମରେ ଚଢାଉ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଏଥିରେ ୩୫ଜଣିଆ ଟିମ୍ ସାମିଲ ହୋଇଛନ୍ତି।

Comments are closed.