Latest Odisha News

BREAKING NEWS

କରୋନା ମାରିଲା ଲମ୍ବା ଲମ୍ଫ: ଦିନକରେ ଓଡ଼ିଶାରୁ ୭ହଜାର ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ଲମ୍ବା ଲମ୍ଫ ମାରିଲା କରୋନା । ଦିନକରେ ୭ ହଜାର ସଂକ୍ରମିତ । ଗତକାଲି ଅପେକ୍ଷା ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ରାଜ୍ୟରୁ ୭ହଜାର ୭୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୦୭ ଜଣ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୪୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୯୪୩ ।

ଖୋର୍ଦ୍ଧାରେ ସଂକ୍ରମଣ ଦୁଇ ହଜାର ପାର କରିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୧୪୭, ସମ୍ୱଲପୁରରୁ ୬୦୯, କଟକରୁ ୫୦୫ ସଂକ୍ରମିତ ହୋଇଛନ୍ତି ।

୧୨ଟି ଜିଲ୍ଲାରେ ଶହେ ଉପରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୬୯ହଜାର ୧୮ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧୦.୨୪ ପ୍ରତିଶତ ।

Leave A Reply

Your email address will not be published.