Latest Odisha News

ଅପରେସନ ଗ୍ରୀନ କ୍ଲିନ; ୧୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

କଣ୍ଟାମାଳ: ଅବକାରୀ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି।

ସୂଚନୁସାରେ, ବୁଧବାର କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ସିମେଲିକଟା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢ଼ଉ କରାଯାଇ ପାଖାପାଖି ୩୫ ଏକର ଜଙ୍ଗଲ ଜମିରୁ ପ୍ରାୟ ୧ ଲକ୍ଷ ୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପାଖାପାଖି ୧୦ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଚଢ଼ଉରେ ମାଜିଷ୍ଟ୍ରେଟ, ଇନ୍‌ସପେକ୍ଟର, ଓଆଇସି, ଏଏସ୍‌ଆଇ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.