Latest Odisha News

ଗଣିତ ସାରଙ୍କ କଳଙ୍କିତ କାରନାମା: ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ଅଟକ

କଟକ: ଗୁରୁ ନାଁରେ କଳଙ୍କ । ଗଣିତ ସାରଙ୍କ କୁତ୍ସିତ କାରନାମା । ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଏଭଳି ଅଭିଯୋଗ ଆସିଛି କଟକ ସହରରୁ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଗୋଟିଏ ଘରୋଇ ସ୍କୁଲରେ ଚାକିରି କରିଛନ୍ତି ।

ଅଭିଯୋଗ ଅନୁସାରେ, ସଂପୃକ୍ତ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ଭିଏସଟି ପରୀକ୍ଷା ବାହାନାରେ ହୋଟେଲକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ ସାର । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ପୋଲିସ ଗଣିତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.