Latest Odisha News

BREAKING NEWS

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ବାପା ଆଣିଲେ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଏକ ନୂଆ ମୋଡ ନେଇଛି । ନିକିତାଙ୍କୁ ହତ୍ୟା କରାଯାଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ।

ମିଳିଥିବା ସୂଚନାନୁଯାୟୀ ନିକିତାଙ୍କ ବାପା ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଓ ଶାଶୂ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୋଲିସ ନିକିତାଙ୍କ ସ୍ୱାମୀକୁ ପଚରାଉଚରା ପାଇଁ ଅଟକ ରଖିଛି ।

ଅନ୍ୟପକ୍ଷରେ ଝିଅର ବାହାଘରର କିଛି ମାସ ପରେ ଶ୍ୱଶୁର ଘରେ ପାରିବାରିକ ଅଶାନ୍ତି ଆରମ୍ଭ ହେବା ସହ ଝିଅକୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ନିକିତାଙ୍କ ବାପା ସନାତନ ବେହେରା ଥାନାରେ ଅଭିଯୋଗ କରିଛନ୍ତି।

ଆହୁରିମଧ୍ୟ ନିକିତାଙ୍କ ବିଭାଘର ୨୦୧୬ ମସିହାରେ ଗୋପାଳପୁରର ଲିପନ ସାହୁଙ୍କ ସହ ହୋଇଥିଲା ଏବଂ ବର୍ତ୍ତମାନ ଦୁହେଁ ଛଅ ମାସ ବୟସର ଏକ ଶିଶୁପୁତ୍ରର ଜନକ ପାଲଟି ସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଏହି ୩୦ ବର୍ଷୀୟ ଅଭିନେତ୍ରୀ ଜଣଙ୍କ କଟକସ୍ଥିତ ମହାନଦୀ ବିହାରରେ ଥିବା ନିଜ ବାପଘରେ ରହି ଆସୁଥିଲେ । ତେବେ ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ଛାତରୁ ତଳକୁ ଖସି ପଡିଥିଲେ ଏବଂ ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ହସ୍ପିଟାଲରେ ଭତ୍ତି ହୋଇଥିଲେ ।

ଅପରପକ୍ଷରେ ଉକ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ଏନେଇ ମର୍କତନଗର ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.